ଡ୍ରେନେଜ ସମସ୍ୟାକୁ ନେଇ ରାସ୍ତାରୋକ

ବାରିପଦା, ଏନ୍ଏନ୍ଏସ୍: ମୟୂରଭଞ୍ଜ ଜିଲ୍ଲା ଶାମାଖୁଣ୍ଟା ବ୍ଲକ କଦଳବାଡ଼ିଆ ଗ୍ରାମରେ ଡ୍ରେନେଜ ସମସ୍ୟାକୁ ନେଇ ଗ୍ରାମବାସୀ ବାରିପଦା ଲୁଲୁଙ୍ଗ ରାସ୍ତାକୁ କଦଳବାଡ଼ିଆ ଛକ ନିକଟରେ ଅବରୋଧ କରିଥିଲେ। ଫଳରେ ରାସ୍ତାର ଉଭୟ ପାଶ୍ୱର୍ରେ ଶତାଧିକ ଗାଡ଼ି ମୋଟର ଚଳାଚଳ କରି ନ ପାରି ଅଟକି ରହିଥିଲା। ବିଶେଷକରି ପିଠାବଟା(ଲୁଲୁଙ୍ଗ) ଫାଟକ ଦେଇ ଶିମିଳିପାଳ ଅଭୟାରଣ୍ୟ ବୁଲିବାକୁ ଆସିଥିବା ପର୍ଯ୍ୟଟକମାନେ ନାହିଁ ନ ଥିବା ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଖବରପାଇ ବାରିପଦା ସଦର ଥାନା ପୁଲିସ ସହିତ ବାରିପଦା ପୂର୍ତ୍ତ ଡିଭିଜନର ଏସଡିଓ, କନିଷ୍ଠ ଯନ୍ତ୍ରୀ ଘଟଣାସ୍ଥଳରେ ପହଁଞ୍ଚି ଆନ୍ଦୋଳନକାରୀମାନଙ୍କୁ ବୁଝାସୁଝା କରିଥିଲେ। ୭ ଦିନ ମଧ୍ୟରେ ରାସ୍ତାରେ ଡ୍ରେନ କାର୍ଯ୍ୟ ଆରମ୍ଭ କରିବାର ପ୍ରତିଶ୍ରୁତି ଦେବାପରେ ରାସ୍ତା ଅବରୋଧ ହଟିଥିଲା।