ଗ୍ରାମ୍ୟ ଜଙ୍ଗଲରେ ନିଆଁ : କାରଣ ଅସ୍ପଷ୍ଟ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ରେଞ୍ଜ କୁମୁଳାବାହାଳି ଗ୍ରାମ୍ୟ ଜଙ୍ଗଲରେ ଲାଗିଛି ନିଆଁ। ଘଟଣାସ୍ଥଳରେ ବନବିଭାଗ ପହଞ୍ଚି ନଥିବାରୁ ଗ୍ରାମବାସୀ ନିଆଁ ଲିଭାକାର୍ଯ୍ୟ ଜାରି ରଖିଛନ୍ତି। ନିଆଁ ଲାଗିବାର କାରଣ ଅସ୍ପଷ୍ଟ ଥିବାବେଳେ କେହି ଦୁର୍ବୁତ୍ତ ନିଆଁ ଲଗାଇଦେଇ ଥିବା ସନ୍ଦେହ କରାଯାଉଛି। ବାରମ୍ବାର ବିଭିନ୍ନ ଜଙ୍ଗଲରେ ନିଆଁ ଲାଗୁଥିବାରୁ ଘଟଣାର ତଦନ୍ତ କରି ନିଆଁ ଲଗାଉଥିବା ଦୁର୍ବୃତ୍ତଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।