ଫିରିଙ୍ଗିଆ,ଏନ୍ଏନ୍ଏସ୍: ଫିରିଙ୍ଗିଆ ବ୍ଲକ ଛକ ନିକଟରେ ଏକ କାର ସହ ଅଟୋ ମୁହାଁମୁହିଁ ଧକ୍କା ହେବା ଫଳରେ ଅଟୋରେ ବସିଥିବା ୭ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି । ଆହତମାନେ ହେଲେ ଜାର୍ଗୀ ପଦର ଗାଁର କୁସୁମ ଦିଗାଲ, ତ୍ରେତୟା ଦିଗାଲ, ଟୁଡୁ ମାଝୀ, ଫକୀର ଦିଗାଲ, କବିତା ଦିଗାଲ , ଯାମିନୀ ଦିଗାଲ ଓ ଗୀତା ଦିଗାଲ । ମିଳିଥିବା ରିପୋର୍ଟ ମୁତାବକ, ପୁଲବାଣୀ ପଟୁ କିଛି ଯାତ୍ରୀଙ୍କୁ ନେଇ ଫିରିଙ୍ଗିଆ ଆସୁଥିବା ଏକ ଓଟୋକୁ ବାଲିଗୁଡ଼ା ପଟୁ ଫୁଲବାଣୀକୁ ଦ୍ରୁତ ଗତିରେ ଆସୁଥିବା ଏକ କାର ଧକ୍କା ଦେଇଥିଲା । ଫଳରେ ଅଟୋଟି ରାସ୍ତା ଉପରେ ଓଲଟି ପଡ଼ିବାରୁ ଓଟୋରେ ବସିଥିବା ୭ଜଣ ଯାତ୍ରୀ ଗୁରୁତର ଆହତ ହୋଇଥିଲେ। ପରେ ଫିରିଙ୍ଗିଆ ଥାନାଧିକାରୀ ତପନ କୁମାର ନାହାକ, ସଞ୍ଜୟ କୁମାର ଦିଗାଲ ଓ ମିଥୁନ ମହାରଣା ପହଞ୍ଚି ଆହତ ବ୍ୟକ୍ତିଙ୍କୁ ଫିରିଙ୍ଗିଆ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ ଭର୍ତ୍ତିି କରିଥିଲେ । ତେବେ ଆହତମାନେ ଫିରିଙ୍ଗିଆ ବ୍ଲକ ରତଙ୍ଗ ପାଞ୍ଚୟତ ଯାର୍ଗି ପଦର ଗାଁର ଗୋଟିଏ ପରିବାରର ବୋଲି ଜଣାପଡ଼ିଛି । ସେମାନେ ଫୁଲବାଣୀ ସଦର ଥାନା କେରେଡ଼ି ଗାଁରୁ ଏକ ଶୁଦ୍ଧିକ୍ରିୟାରେ ଯୋଗଦେଇ ନିଜ ଗାଁକୁ ଫେରୁଥିଲେ । ଅନ୍ୟପଟେ ପୁଲିସ ଉଭୟ କାର ଓ ଓଟୋକୁ ଥାନାକୁ ଆଣିଥିବାବେଳେ ଦୁର୍ଘଟଣା ଘଟାଇଥିବା କାର ଡ୍ରାଇଭରକୁ ଅଟକ ରଖିଛି । ଡ୍ରାଇଭର ଜଣକ ଫୁଲବାଣୀ ସହରର ହୋଇଥିବାବେଳେ ସେ କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ବ୍ଲକ କାର୍ଯ୍ୟାଳୟରେ ମୁଖ୍ୟ କିରାଣୀ ଭାବରେ କାର୍ଯ୍ୟରତ ଅଛନ୍ତି ।