ଇମ୍ରାନଙ୍କ ଗିରଫଦାରୀ ଅବୈଧ: ସୁପ୍ରିମକୋର୍ଟ

ନୂଆଦିଲ୍ଲୀ: ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଗିରଫଦାରୀକୁ ନେଇ ସୁପ୍ରିମକୋର୍ଟ ଶୁଣାଣୀ କରିଛନ୍ତି । ମୁଖ୍ୟ ବିଚାରପତି ଓମର ଅତା ବନ୍ଦିୟାଲା ଇମ୍ରାନଙ୍କ ଗିରଫଦାରୀକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି । ଇମ୍ରାନଙ୍କ ଗିରଫଦାରୀଙ୍କୁ ବେଆଇନ ମଧ୍ୟ ଦର୍ଶାଇଛନ୍ତି । ଏଥିସହିତ ଇମ୍ରାନଙ୍କୁ ଘଣ୍ଟାଏ ମଧ୍ୟରେ ହାଜର ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

କୋର୍ଟ କହିଛନ୍ତି ଯେ, ଇମ୍ରାନ ଖାନଙ୍କୁ ଇସଲାମାବାଦ ହାଇକୋର୍ଟ ବାହାରେ ଗିରଫଦାରୀ ନ୍ୟାୟପାଳିକାଙ୍କ ପ୍ରତିଷ୍ଠା ଉପରେ ପ୍ରଭାବ ପକାଇଛି । କୋର୍ଟରେ ଭୟର ବାତାବରଣ ସୃଷ୍ଟି କରାଯାଇ ଥିଲା ।