କୋଭିଡ ମୁକାବିଲା ପାଇଁ ବିଏମସିକୁ ମିଳିଲା ୨୦ କୋଟି ଟଙ୍କା

ଭୁବନେଶ୍ୱର,ଏନ୍ଏନ୍ଏସ୍: କୋଭିଡ ପରିଚାଳନା ପାଇଁ ବିଏମସିକୁ ୨୦ କୋଟି ଟଙ୍କା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଞ୍ଜୁର କରିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ରିଲିଫ ପାଣ୍ଠିରୁ ଏହି ଟଙ୍କା ମଞ୍ଜୁର କରାଯାଇଛି। ପୂର୍ବରୁ କୋଭିଡ ମୁକାବିଲା ପାଇଁ ବିଏମସିକୁ ୭୭ କୋଟି ଟଙ୍କା ମିଳିଥିଲା।