ଭାରସାମ୍ୟ ହରାଇ ଗଛକୁ ଧକ୍କା ଦେଇ କାର ଫେରାର

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ତୁରୁମୁଙ୍ଗା ଚମ୍ପୁଆ କେଟି ରୋଡ଼ ନେଉଳିପଶି ନିକଟରେ ଓଡି-୦୯ଏଲ-୨୮୭୭ ନମ୍ବର ବିଶିଷ୍ଟ ନାଲି ରଙ୍ଗର ହୁଣ୍ଡାଇ କାର ଶନିବାର ସନ୍ଧ୍ୟାରେ ଭାରସାମ୍ୟ ହରାଇ ନେଉଳପଶି ଆଇଟିଆଇ ନିକଟରେ ଏକ ମହୁଲ ଗଛକୁ ଧକ୍କା ଦେଇଥିଲା। ଫଳରେ କାରଟି ଦୁର୍ଘଟଣା ସ୍ଥଳରୁ ୨୦ ଫୁଟ ଦୂରରେ ଛିଟିକି ପଡିବା ସହ ୪ ଥର ପାଲଟି ଥିବା ପ୍ରତ୍ୟକ୍ଷ ଦର୍ଶୀ ସୂଚନା ଦେଇଛନ୍ତି।

ଫଳରେ କାରରେ ଥିବା ଜଣେ ଗୁରୁତର ହେବା ସହ ଡ୍ରାଇଭର ଆହତ ହୋଇଥିବା ସୂଚନା ମିଳିଛି। ଘଟଣାସ୍ଥଳରେ ତୁରୁମୁଙ୍ଗା ପୁଲିସ ପହଞ୍ଚିବା ବେଳକୁ କାରଟି ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ତେବ ଦୁର୍ଘଟଣା ପରେ ଗୁରୁତର କିଭଳି ସ୍ଥାନାନ୍ତର ହେଲେ ତାହା ଜଣାପଡ଼ିନାହିଁ। କାରଟି ଚମ୍ପୁଆରୁ ତୁରୁମୁଙ୍ଗା ଆଡକୁ ଆସୁଥିବା ବେଳେ ଦୁର୍ଘଟଣା ଗ୍ରସ୍ତ ହୋଇଥିବା ଜଣାପଡ଼ିଛି।