ଓକିଲ ସଂଘ ପକ୍ଷରୁ ସହିଦଙ୍କୁ ଶ୍ରଦ୍ଧାଞ୍ଜଳି ଓ ମହମବତୀ ଶୋଭାଯାତ୍ରା

ଭୁବନେଶ୍ୱର,ଏନ୍ଏନ୍ଏସ୍: ସିଡିଏସ୍ ବିପିନ ରାୱାତ, ରାଣା ପ୍ରତାପ ହେଲିକପ୍ଟର ଦୁର୍ଘଟଣାରେ ପ୍ରାଣ ହରାଇବା ପରେ ବୀର ପୁଅକୁ ଝୁରୁଛୁ ଦେଶ। ଉକ୍ତ ଦୁର୍ଘଟଣାରେ ସହିଦ ମାନଙ୍କ ପାଇଁ ଶ୍ରଦ୍ଧାଞ୍ଜଳି ଜ୍ଞାପନ କରି ଏକ ଶୋକସଭା ଓ ମହମବତୀ ଶୋଭାଯାତ୍ରା ଭୁବନେଶ୍ୱର ଓକିଲ ସଂଘ ପକ୍ଷରୁ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବରିଷ୍ଠ ଆଇନଜୀବୀ ଶିବାନନ୍ଦ ରାୟ, ସଂଘର ସଭାପତି ନିର୍ମଳ କିଶୋର ରଥ, ଉପସଭାପତି ଦେବୀଦତ ବାରକ୍‌, ସମ୍ପାଦକ ରାଜ୍ କିଶୋର ଦାସ, ଯୁଗ୍ମ ସମ୍ପାଦକ ଅଶୋକ ବଡ଼ପଣ୍ଡା, ଓ କାର୍ଯ୍ୟକାରୀ କମିଟିର ସଭ୍ୟମାନେ ଉପସ୍ଥିତଥିଲେ।