Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପୁଲିସ ମାଡରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା କାର୍ଯ୍ୟକର୍ତ୍ତାଙ୍କୁ ଭେଟିଲେ ରାଜ୍ୟ ସଭାପତି ଏବଂ ବିଧାୟକ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପୁଲିସ ମାଡରେ ଗୁରୁତର ଆହତ ହୋଇ ଚିକିତ୍ସିତ ହେଉଥିବା କାର୍ଯ୍ୟକର୍ତ୍ତାଙ୍କୁ ଭେଟିଲେ ରାଜ୍ୟ ସଭାପତି ଏବଂ ବିଧାୟକ

ଭୁବନେଶ୍ୱର,ଏନ୍ଏନ୍ଏସ୍: ଗଣତନ୍ତ୍ରରେ ବିରୋଧ କରିବା ପାଇଁ ସମସ୍ତଙ୍କର ଅଧିକାର ରହିଛି। ବହୁଚର୍ଚ୍ଚିତ ମମିତା ମେହେର ହତ୍ୟାକାଣ୍ଡରେ ରାଜ୍ୟ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ସଂପୃକ୍ତିକୁ ନେଇ ବିଜେପି ତରଫରୁ ଦୀର୍ଘ ୨ ମାସରୁ ଊଦ୍ଧ୍ୱର୍ ସମୟ ଧରି ରାଜ୍ୟବ୍ୟାପୀ ଆନ୍ଦୋଳନ କରାଯାଉଛି। ପୂର୍ବ ନିର୍ଦ୍ଧାରିତ ଘୋଷଣା ଅନୁଯାୟୀ ମୁଖ୍ୟ ଷଡଯନ୍ତ୍ରକାରୀ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ମନ୍ତ୍ରୀମଣ୍ଡଳରୁ ବହିଷ୍କାର ଏବଂ ଘଟଣାର ସିବିଆଇ ଦ୍ୱାରା ତଦନ୍ତ ଦାବୀରେ ଆଜି ଯୁବମୋର୍ଚ୍ଚା ତରଫରୁ ବିଧାନସଭା ଘେରାଓ ହୋଇଥିଲା। ପୁଲିସର ଦାୟିତ୍ୱ ଆଇନ ଶୃଙ୍ଖଳା ପରିସ୍ଥିତି ବଜାୟ ରଖିବା। କିନ୍ତୁ ତାହା ନକରି ଶାସକ ବିଜେଡିର ହାତବାରିସୀ ସାଜି ପୁଲିସ ବିରୋଧୀଙ୍କୁ ମାଡ ମାରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ।

ପୂର୍ବରୁ ପ୍ରସ୍ତୁତ ଥିବା ପୁଲିସ ଶୋଭାଯାତ୍ରାକୁ ବଳପ୍ରୟୋଗ କରି ଅଟକାଇଥିଲେ। ପୁଲିସର ମାତ୍ରାଧିକ ବଳପ୍ରୟୋଗ କାରଣରୁ ରାଜ୍ୟର କୋଣ ଅନୁକୋଣରୁ ଆସିଥିବା ବହୁ ସଂଖ୍ୟାରେ କାର୍ଯ୍ୟକର୍ତ୍ତା ଆହତ ହୋଇ ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ଆଜିର ବିକ୍ଷୋଭ ସମୟରେ ଯୁବମୋର୍ଚ୍ଚା ଓ ଦଳୀୟ କର୍ମୀଙ୍କୁ ପୁଲିସ ଭୟଙ୍କର ମାଡ ମାରିବା କାରଣରୁ ଶତାଧିକ ଯୁବକ ଓ ମହିଳା କାର୍ଯ୍ୟକର୍ତ୍ତା ଗୁରୁତର ଭାବେ ଆହତ ହୋଇଛନ୍ତି। ପୁଲିସ ଶାସକ ଦଳର ହାତବାରିସୀ ସାଜି ହିଂସାତ୍ମକ ହୋଇଯାଇଛି। ଆହତ ସମସ୍ତ କାର୍ଯ୍ୟକର୍ତ୍ତା ବିଭିନ୍ନ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। ପୁଲିସ୍ କର୍ମୀଙ୍କ ଦ୍ୱାରା ଟେକା, ପଥର ଓ ଗୋଇଠା ମାଡରେ ବହୁ କାର୍ଯ୍ୟକର୍ତ୍ତାଙ୍କ ହାତ, ଗୋଡ, ମୁଣ୍ଡ କ୍ଷତାକ୍ତ ହୋଇଛି। ପୁଲିସରେ ଏଭଳି କ୍ରୁର ବ୍ୟବହାର କାହିଁକି ବୋଲି ରାଜ୍ୟ ସଭାପତି ଶ୍ରୀ ସମୀର ମହାନ୍ତି ପ୍ରଶ୍ନ କରିଛନ୍ତି।

ଭାରତୀୟ ଜନତାପାର୍ଟି କେବେ ହିଂସାତ୍ମକ ଆଚରଣ କରିନାହିଁ। ଓଡିଆ ଜାତି ସବୁ ସହିଛି ହେଲେ ମାଁ ଓ ଭଉଣୀଙ୍କ ବେଇଜ୍ଜତ କେବେ ସହ୍ୟ କରି ନାହିଁ। ପୁଲିସର ଆଜିର ବ୍ୟବହାର ଆମକୁ ମର୍ମାହତ କରିଛି ବୋଲି ଶ୍ରୀ ମହାନ୍ତି କହିଛନ୍ତି।
ବିଧାନସଭା ଘେରାଓ କାର୍ଯ୍ୟକ୍ରମରେ ଯୋଗ ଦେବା ଅବସରରେ ପୁଲିସ ମାଡରେ ଗୁରୁତର ଭାବେ ଆହତ ହୋଇ ଡାକ୍ତରଖାନାରେ ଚିକିତ୍ସିତ ହେଉଥିବା ଯୁବ ଓ ମହିଳା କାର୍ଯ୍ୟକର୍ତ୍ତାଙ୍କୁ ରାଜ୍ୟ ସଭାପତି ଶ୍ରୀ ମହାନ୍ତି, ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝୀ, ବିଧାୟକ ମୁକେଶ ମହାଲିଙ୍ଗ, ନାଉରୀ ନାୟକ ପ୍ରମୁଖ ଅନ୍ୟ ନେତୃବୃନ୍ଦଙ୍କ ସହ କ୍ୟାପିଟାଲ ହସପିଟାଲ ଯାଇ ଭେଟି ତାଙ୍କ ସ୍ୱାସ୍ଥ୍ୟବସ୍ଥା ପଚାରି ବୁଝିଥିଲେ।