ବିଧାନସଭାରେ କରୋନା, ସଚିବଙ୍କ ରିପୋର୍ଟ ପଜିଟିଭ୍‌

ସମସ୍ତଙ୍କର ହେବ ଆରଟିପିସିଆର୍ ଟେଷ୍ଟ: ବାଚସ୍ପତି

ଭୁବନେଶ୍ୱର,ଏନ୍‌ଏନ୍‌ଏସ୍‌: ବିଧାନସଭାରେ ପଶିଲା କରୋନା। ସଚିବ ଦାସରଥୀ ଶତପଥୀ ଓ ତାଙ୍କ ଡ୍ରାଇଭର କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ସୂଚନା ଦେଇଛନ୍ତି ବାଚସ୍ପତି ଡ. ସୂର୍ଯ୍ୟନାରାୟଣ ପାତ୍ର। ଗୁରୁବାର ଡ. ପାତ୍ର କହିଛନ୍ତି ଯେ, ବିଧାନସଭା ସଚିବଙ୍କ ପିଏସ୍ ବୁଧବାର କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଥିଲା। ଗୁରୁବାର ସେ ଓ ତାଙ୍କ ଡ୍ରାଇଭର କରୋନା ରିପୋର୍ଟ ପଜିଓିଭ ରହିଛି। ସେଥିପାଇଁ ସଚିବଙ୍କ ସଂସ୍ପର୍ଶରେ ଯେଉଁମାନେ ଆସିଥିଲେ ସମସ୍ତଙ୍କର ଆଣ୍ଟିଜେନ ଟେଷ୍ଟ ହୋଇଥିଲା। ମୋ ସମେତ ୬ ଜଣଙ୍କର ଆଣ୍ଟିଜେନ ଟେଷ୍ଟ ନେଗେଟିଭ ଆସିଛି।

କଂଗ୍ରେସ ବିଧାୟକ ଦଳ ନେତା, ବାଚସ୍ପତି, ସଂସଦୀୟ ମନ୍ତ୍ରୀ ବିକ୍ରମ କେଶରୀ ଆରୁଖଙ୍କ କରୋନା ଟେଷ୍ଟ କରାଯାଇଥିଲା। ସମସ୍ତଙ୍କ ରିପୋର୍ଟ ନେଗେଟିଭ୍ ଆସିଛି। ବାକି ସଂଶ୍ଲିଷ୍ଟ କର୍ମଚାରୀଙ୍କର ବି ଆଣ୍ଟିଜେନ ଟେଷ୍ଟ କରାଯିବ। ପରେ ବିଧାନସଭାର ସମସ୍ତଙ୍କର ଆର୍‌ଟିପିସିଆର୍ ଟେଷ୍ଟ କରାଯିବ। ଆଗକୁ ପଞ୍ଚାୟତ ନିର୍ବାଚନ ଆସୁଥିବାରୁ ସମସ୍ତ ବିଧାୟକଙ୍କୁ ‘ବୁଷ୍ଟର ଡୋଜ୍‌’ ଦେବା ପାଇଁ ଆର୍‌ଏମ୍‌ଆର୍‌ସି ନିର୍ଦେଶିକାଙ୍କୁ ଫୋନ ଯୋଗେ ଆଲୋଚନା କରିଥିବା ଡ. ପାତ୍ର ପ୍ରକାଶ କରିଥିଲେ।