କର୍କଟ ରୋଗ ବିଶେଷଜ୍ଞ ଡ. ସଞ୍ଜୟ ପଣ୍ଡାଙ୍କ ପରଲୋକ 

  • କଟକ: ବିଶିଷ୍ଟ କର୍କଟ ରୋଗ ବିଶେଷଜ୍ଞ ଡକ୍ଟର ସଞ୍ଜୟ ପଣ୍ଡାଙ୍କ ପରଲୋକ ହୋଇଛି। ଚେନ୍ନାଇସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ବିୟୋଗ ଘଟିଛି। ସେ ଦୀର୍ଘଦିନ ଧରି ଯକୃତଜନିତ ରୋଗରେ ପୀଡ଼ିତ ଥିଲେ। ତାଙ୍କ ଅବସ୍ଥା ଗୁରୁତର ହେବାରୁ ତାଙ୍କୁ ଚେନ୍ନାଇ ସ୍ଥାନାନ୍ତରିତ କରାଯାଇଥିଲା। ଆଜି ତାଙ୍କର ଦେହାନ୍ତ ହୋଇଛି। ବରିଷ୍ଠ କର୍କଟ ରୋଗ ବିଶେଷଜ୍ଞ ଡକ୍ଟର କୃପାସିନ୍ଧୁ ପଣ୍ଡାଙ୍କ ବଡ଼ ପୁଅ ହେଉଛନ୍ତି ଡକ୍ଟର ସଞ୍ଜୟ ପଣ୍ଡା। କଟକ ଆଚାର୍ଯ୍ୟ ହରିହର ଆଞ୍ଚଳିକ କର୍କଟ କେନ୍ଦ୍ରରେ ସେ ଆସୋସିଏଟ୍ ପ୍ରଫେସର ଭାବରେ କାର୍ଯ୍ୟରତ ଥିଲେ। ସେ ଆଇଏମଏ କଟକ ଶାଖାର ଆଜୀବନ ସଦସ୍ୟ ଥିଲେ। ତାଙ୍କ ପରଲୋକ ଚିକିତ୍ସା ଜଗତ ପାଇଁ ଏକ ଅପୂରଣୀୟ କ୍ଷତି ବୋଲି କୁହାଯାଇଛି।