କୋଭିଡ୍ ମନିଟରିଂ ସେଲ୍ ଗଠନ

  • ଭୁବନେଶ୍ୱର: ଓସେପା (ଓଏସଇପିଏ) ପକ୍ଷରୁ କୋଭିଡ ମନିଟରିଂ ସେଲ୍ ଗଠନ କରାଯାଇଛି। ଯୁଗ୍ମ ନିର୍ଦ୍ଦେଶିକା ଆରତି ରାଉତଙ୍କୁ ମୁଖ୍ୟ କୋଭିଡ୍ କମ୍ପ୍ଲାଏକ୍ସ ଅଫିସର୍ ଦାୟିତ୍ୱ ପ୍ରଦାନ କରାଯାଇଛି। ଉପ ନିର୍ଦ୍ଦେଶିକା କଳ୍ପନା ହାଁସଦାଙ୍କୁ ସହକାରୀ କମ୍ପ୍ଲାଏକ୍ସ ଅଫିସର୍ ଦାୟିତ୍ୱ। ଜିଲ୍ଲାସ୍ତରରେ କୋଭିଡ୍ ମନିଟରିଂ ସେଲ୍ ଗଠନ ପାଇଁ ଡିଇଓମାନଙ୍କୁ ଦାୟିତ୍ୱ ଦିଆଯାଇଛି। ନବମ, ଦଶମ, ଏକାଦଶ ଓ ଦ୍ୱାଦଶ ପିଲାଙ୍କ ଦୈନିକ ଉପସ୍ଥାନ ସଂଗ୍ରହ ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ କୋଭିଡ୍ ସମ୍ପର୍କିତ ଅନ୍ୟ କାର୍ଯ୍ୟ ତଦାରଖ କରିବାକୁ ଦାୟିତ୍ୱ ଦିଆଯାଇଛି। ଦୈନିକ ତଥ୍ୟ ସଂଗ୍ରହ କରି ଏସପିଓ ଓସେପାକୁ ପଠାଇବାକୁ ନିର୍ଦ୍ଦେଶ।