ଅଗ୍ନିକାଣ୍ଡରେ ଜଳିଗଲା କ୍ୟାବିନ; ଜିନିଷପତ୍ର ଜଳିପୋଡି ପାଉଁଶ

ପାଟଣା,ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ପାଟଣା ଥାନା ଦାମାହୁଦା ଛକରେ ଥିବା ଏକ କ୍ୟାବିନରେ ଅଗ୍ନିକାଣ୍ଡ ଘଟିଛି। ଏଥିରେ କ୍ୟାବିନରେ ଥିବା ଜିନିଷପତ୍ର ଜଳିପୋଡି ନଷ୍ଟ ହୋଇଯାଇଛି। ଏଥି ସହ ପାଖରେ ଥିବା ଏକ ଲେଡିଜ କର୍ଣ୍ଣର ମଧ୍ୟ ଆଂଶିକ ଭାବେ ଜଳିଯାଇଛି। ଖବରପାଇ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି।

ସୂଚନା ଅନୁସାରେ ଦାମାହୁଦା ଗ୍ରାମର ଶତ୍ରୁଘ୍ନ ମହାନ୍ତ କ୍ୟାବିନ କରି ପାନ ଦୋକାନ ଦେଇଥିଲେ। କୌଣସି କାରଣରୁ ଆଜି ସକାଳେ ହଠାତ କ୍ୟାବିନରେ ନିଆଁ ଲାଗିଯାଇଥିଲା। ଗ୍ରାମବାସୀ ଓ ଅଗ୍ନିଶମ ବାହିନୀ ଦ୍ୱାରା ନିଆଁକୁ ଆୟତ୍ତ କରାଯାଇଛି। ନିଆଁ ଲାଗିବାର ପ୍ରକୃତ କାରଣ ଜଣାପଡି ନଥିବା ବେଳେ ସର୍ଟସର୍କିଟରୁ ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି।