ରାଜ୍ୟରେ ସୁସ୍ଥ ହେଲେ ଆଉ ୭୬୧୬ କରୋନା ଆକ୍ରାନ୍ତ

ଭୁବନେଶ୍ୱର,ଏନ୍ଏନ୍ଏସ୍: ରାଜ୍ୟରେ କରୋନା ସୁସ୍ଥ ଆକ୍ରାନ୍ତଙ୍କ ସଂଖ୍ୟା ଆଜି ୭ ହଜାରକୁ ଖସିଆସିଛି। ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ରିପୋର୍ଟ ଅନୁସାରେ ଆଜି ଆଉ ୭୬୧୬ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏହି ସୁସ୍ଥ କରୋନା ରୋଗୀଙ୍କ ମଧ୍ୟରେ ଅନୁଗୁଳରୁ ସର୍ବାଧିକ ୯୬୬ ଜଣ ରହିଥିବା ବେଳେ ଖୋର୍ଦ୍ଧାରୁ ୭୪୭ ଜଣ, ସୁନ୍ଦରଗଡ଼ରୁ ୭୨୧ ଜଣ, ବାଲେଶ୍ୱରରୁ ୫୦୮ ଜଣ, ଯାଜପୁରରୁ ୪୦୬ ଜଣ, ବରଗଡ଼ରୁ ୪୦୦ ଜଣ, କଟକରୁ ୩୯୭ ଜଣ, ନବରଙ୍ଗପୁରରୁ ୩୨୭ ଜଣ, ସମ୍ବଲପୁରରୁ ୩୧୭ ଜଣ, ବୌଦ୍ଧରୁ ୨୫୦ ଜଣ, କଳାହାଣ୍ଡିରୁ ୨୩୮ ଜଣ ରହିଛନ୍ତି।

ସେହିପରି କୋରାପୁଟରୁ ୨୨୨, ଭଦ୍ରକରୁ ୨୦୪, ଜଗତସିଂହପୁରରୁ ୨୦୩, ରାୟଗଡ଼ାରୁ ୧୬୧, ସୋନପୁରରୁ ୧୬୦, ଗଞ୍ଜାମରୁ ୧୫୫, ଢ଼େଙ୍କାନାଳରୁ ୧୪୨, ନୟାଗଡ଼ରୁ ୧୩୬, ବଲାଙ୍ଗିରରୁ ୧୨୭, ମାଲକାନଗିରିରୁ ୧୧୧, ପୁରୀରୁ ୧୧୦, କନ୍ଧମାଳରୁ ୯୯, କେନ୍ଦ୍ରାପଡ଼ାରୁ ୭୫, ଗଜପତିରୁ ୭୧, ନୂଆପଡ଼ାରୁ ୭୦, ଝାରସୁଗୁଡ଼ରୁ ୬୩, ଦେବଗଡ଼ରୁ ୫୫, କେନ୍ଦୁଝରରୁ ୫୨, ମୟୂରଭଞ୍ଜରୁ ୨୧ ଏବଂ ଷ୍ଟେଟ ପୁଲରୁ ୧୦୨ ଜଣ କରୋନା ରୋଗୀ ସୁସ୍ଥ ହୋଇଛନ୍ତି। ଏଥିସହିତ ରାଜ୍ୟରେ ମୋଟ କରୋନା ସୁସ୍ଥ ସଂଖ୍ୟା ୭ ଲକ୍ଷ ୩୨ ହଜାର ୧୮ରେ ପହଞ୍ଚିଛି।