ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ ଅଭିଯୋଗ, ଅଭିଯୁକ୍ତ ଗିରଫ

ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଚନ୍ଦାହାଣ୍ଡି ଥାନା ଅନ୍ତର୍ଗତ ଜନୈକ ଯୁବତୀକୁ ବିବାହ ପ୍ରଲୋଭନ ଦେଖାଇ ଦୁଷ୍କର୍ମ କରିଥିବା ଅଭିଯୋଗରେ ଚନ୍ଦାହାଣ୍ଡି ପୁଲିସ ବାଟପଡା ଗ୍ରାମର ନୃସିଂହ ନାୟକ(୨୪)କୁ ଗିରଫ କରିଥିବା ଜଣାପଡିଛି। ସୂଚନାରୁ ପ୍ରକାଶ ବାଟପଡା ଗ୍ରାମର ନୃସିଂହ ନାୟକ ଆଜକୁ ୩ ବର୍ଷ ହେବ ଜନୈକା ଯୁବତୀଙ୍କୁ ବିବାହ ପ୍ରଲୋଭନ ଦେଖାଇ ତାଙ୍କ ସହ ଶାରୀରିକ ସମ୍ପର୍କ ରଖି ଆସୁଥିଲେ।

ଯୁବତୀ ବିବାହ କରିବାକୁ କହିବାରୁ ତାଙ୍କୁ ଧମକ ଦେବାରୁ ଯୁବତୀ ଜଣକ ଗତକାଲି ଚନ୍ଦାହାଣ୍ଡି ଥାନାରେ ଲିଖିତ ଏତଲା ଦେଇଥିଲେ। ଯୁବତୀଙ୍କ ଏତଲାକୁ ଭିତ୍ତିକରି ଚନ୍ଦାହାଣ୍ଡି ଥାନା କେସ ନମ୍ବର ୬୯/୨୧ ପ୍ରକାରେ ଆଇପିସିର ଧାରା ୩୭୬(୨)(ଏନ) ପ୍ରକାରେ ମାମଲା ରୁଜୁ କରିବା ସହ ଅଭିଯୁକ୍ତ ନୃସିଂହକୁ ଗିରଫ କରି ପଚରାଉଚରା ଜାରି ରଖିବା ସହ ଉଭୟଙ୍କୁ ଡାକ୍ତରୀ ମାଇନା ପାଇଁ ପଠାଯାଇଥିବା ଆଇଆଇସି ପରମାନନ୍ଦ ସୁନାନୀ ପ୍ରକାଶ କରିଛନ୍ତି।