ଆଜି ୩ ଲୋକସଭା ଏବଂ ୩୦ ବିଧାନସଭା ଆସନରେ ଉପନିର୍ବାଚନ

ନୂଆଦିଲ୍ଲୀ,ଏଜେନ୍ସି: ଆଜି ଦେଶର ଖାଲିଥିବା ୩ ଲୋକସଭା ଏବଂ ୩୦ ବିଧାନସଭା ଆସନରେ ଉପନିର୍ବାଚନ ହେବ। ୧୪ଟି ରାଜ୍ୟ ଏବଂ ଗୋଟିଏ କେନ୍ଦ୍ରଶାସିତ ଅଞ୍ଚଳରେ ଏହି ଉପନିର୍ବାଚନ ହେବ। କୋଭିଡର ସମସ୍ତ ଗାଇଡଲାଇନ ଅନୁସାରେ ଉପନିର୍ବାଚନ ନେଇ ଭାରତୀୟ ନିର୍ବାଚନ କମିସନ ଘୋଷଣା କରିଛନ୍ତି। କେନ୍ଦ୍ରଶାସିତ ଅଞ୍ଚଳ ଦାଦ୍ରାନଗର ହାବେଳି, ମଧ୍ୟପ୍ରଦେଶର ଖଣ୍ଡୱା ଏବଂ ହିମାଚଳ ପ୍ରଦେଶର ଗୋଟିଏ ଲୋକସଭା ଆସନର ଉପନିର୍ବାଚନ ହେବ।

ସେହିପରି ୩୦ ବିଧାନସଭା ଆସନ ମଧ୍ୟରୁ ଆସାମରୁ ୫, ପଶ୍ଚିମବଙ୍ଗରୁ ୪, ମଧ୍ୟପ୍ରଦେଶ, ହିମାଚଳ ପ୍ରଦେଶ ଓ ମେଘାଳୟରୁ ୩ ଲେଖାଏଁ, ବିହାର, କର୍ଣ୍ଣାଟକ ଓ ରାଜସ୍ଥାନରୁ ୨ ଲେଖାଏଁ, ଆନ୍ଧ୍ରପ୍ରଦେଶ, ହରିୟାଣା, ମହାରାଷ୍ଟ୍ର, ମିଜୋରାମ, ନାଗାଲାଣ୍ଡ ଏବଂ ତେଲେଙ୍ଗାନାରୁ ଗୋଟିଏ ଲେଖାଏଁ ଆସନରୁ ଉପନିର୍ବାଚନ ହେବ।

ଆସନ୍ତା ନଭେମ୍ବର ୨ରେ ଭୋଟ ଗଣତି ପାଇଁ ନିର୍ବାଚନ କମିସନ ଘୋଷଣା କରିଛନ୍ତି। କରୋନା, ବାତ୍ୟା, ଜଳବାୟୁ ପରିବର୍ତ୍ତନ ଆଦି ବିଭିନ୍ନ ଦିଗକୁ ଦୃଷ୍ଟିରେ ରଖି ଆଜିକୁ ଉପନିର୍ବାଚନ ଅନୁଷ୍ଠିତ ନେଇ ସ୍ପଷ୍ଟ କରିଥିଲେ।