ଝରିଗାଁ,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ଝରିଗାଁ ବ୍ଲକର ଯୁବ ବ୍ୟବସାୟୀ ନିଲେସ ଜୈନ(୪୫)କୋଭିଡରେ ଆକ୍ରାନ୍ତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ଭୁବନେଶ୍ୱରରେ ମୃତ୍ୟୁବରଣ କରିଅଛନ୍ତି। ସେ କଂଗ୍ରେସ ନେତା ତଥା ସମାଜସେବୀ ଅନୀଲ କୁମାର ଜୈନଙ୍କ ଜ୍ୱାଇଁ ଅଟନ୍ତି। ସ୍ୱର୍ଗତ ନିଲେସ ଗତ କିଛିଦିନ ତଳେ ଝରିଗାଁରେ ଥଣ୍ଡା ଜ୍ୱର ଓ କାଶରେ ପୀଡିତ ଥିଲେ। ଏହାପରେ ସେ କୋଭିଡ ପଜିଟିଭ ଚିହ୍ନଟ ହୋଇଥିଲେ। ପୂର୍ବତନ ସାଂସଦ ପ୍ରଦୀପ ମାଝୀଙ୍କ ସହାୟତାରେ ଭୁବନେଶ୍ୱରର ଘୋରାଇ ଡାକ୍ତରଖାନାରେ ଗୁରୁତର ଅବସ୍ଥାରେ ଭର୍ତ୍ତି କରିଥିଲେ। ସେଠାରେ ଦୀର୍ଘ ଦିନ ହେବ କୋଭିଡ ଚିକିତ୍ସିତ ହେଉଥିବା ବେଳେ ଚିକିତ୍ସାଧୀନ ଅବସ୍ଥାରେ ଆଜି ତାଙ୍କର ପରଲୋକ ହୋଇଯାଇଛି। ନିଲେସଙ୍କ ବିୟୋଗ ଖବର ଝରିଗାଁ ରେ ପ୍ରଚାର ହେବାପରେ ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳିଯାଇଛି।