ତାମିଲନାଡ଼ୁର ସରକାରୀ ହସ୍ପିଟାଲରେ ୧୩ ମୃତ: ଅକ୍ସିଜେନ ସିଲିଣ୍ଡର ଅଭାବକୁ ଦାୟୀ କଲେ ପରିବାରବର୍ଗ

ଚେନ୍ନାଇ: ତାମିଲନାଡ଼ୁର ଚେଙ୍ଗଲପଟ୍ଟୁସ୍ଥିତ ସରକାରୀ ହସ୍ପିଟାଲରେ ଗତ ୨୪ ଘଣ୍ଟା ମଧ୍ୟରେ ୪୦ରୁ ୮୫ ବର୍ଷର ୧୩ ଜଣଙ୍କର ମୃତ୍ୟୁ ଘଟିଛି। ଅକ୍ସିଜେନ ସିଲିଣ୍ଡରର ଅଭାବ ଯୋଗୁ ମୃତ୍ୟୁ ହୋଇଥିବା ନେଇ ପରିବାରବର୍ଗ ଆରୋପ ଲଗାଇଛନ୍ତି। କିନ୍ତୁ ହସ୍ପିଟାଲ ପ୍ରଶାସନ ଓ ଅନ୍ୟ ଅଧିକାରୀ ଏହି ଆରୋପକୁ ଖଣ୍ଡନ କରିଛନ୍ତି।

ହସ୍ପିଟାଲର ପକ୍ଷରୁ କୁହାଯାଇଛି ଯେ, ଗତ ୨୪ ଘଣ୍ଟାରେ ଯେଉଁ ରୋଗୀଙ୍କ ମୃତ୍ୟୁ ଘଟିଛି ସେଥିମଧ୍ୟରୁ ୬ଜଣ କରୋନା ବ୍ୟତୀତ ଅନ୍ୟ ଗମ୍ଭୀର ରୋଗରେ ପୀଡ଼ିତ ଥିଲେ। ଏତଦବ୍ୟତୀତ ଆଉ ୭ଜଣ ଗମ୍ଭୀର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ଯାହାଙ୍କ ଉପରେ ଚିକିତ୍ସାର କୌଣସି ପ୍ରଭାବ ପଡ଼ୁନଥିଲା।