ଦାରିଙ୍ଗବାଡ଼ି,ଏନ୍ଏନ୍ଏସ୍: ପିକନିକ୍ ସାରି ଘରକୁ ଫେରୁଥିବା ବେଳେ ଦାରିଙ୍ଗବାଡି ଗାଜଲବାଡି ଘାଟି ନିକଟରେ ବସ୍ ଚକା ଫାଟି ଯାଇଥିଲା। ଏଥିରେ ୫୦ଜଣ ଜାତ୍ରୀ ଥିବା ବେଳେ ଅଳ୍ପକେ ବର୍ତ୍ତି ଯାଇଛନ୍ତି।
ସୂଚନା ଅନୁଯାୟୀ ଭୁନେଶ୍ୱରର ଏକ ଘରୋଇ କଲେଜର ଛାତ୍ରଛାତ୍ରୀ ପିକନିକ ପାଇଁ ଦାରିଙ୍ଗବାଡି ଯାଇଥିଲେ। ଭୋଜି ସାରି ଭୁବନେଶ୍ୱର ଫେରୁଥିବାବେଳେ ଘାଟିରେ ଭାରସାମ୍ୟ ହରାଇ ବସ୍ଟି ତଳକୁ ଖସିବାକୁ ଲାଗିଲା। ଡ୍ରାଇଭର ଉପସ୍ଥିତ ବୁଦ୍ଧି ଖଟାଇ ବ୍ରେକ ମାରିବାରୁ ବସ୍ଟି ଘାଟିରେ ଝୁଲି ରହିଥିଲା। ଖବର ପାଇ ସୋରଡା ପୋଲିସ ଓ ଅଗ୍ନିଶମ ବିଭାଗ କର୍ମଚାରୀ ଘଟଣାସ୍ଥଳରେ ପହଞ୍ଚି ବସ୍ କାଚ ଭାଙ୍ଗି ସମସ୍ତ ଯାତ୍ରୀଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରିଥିଲେ। ବାରମ୍ବାର ଘାଟିରେ ବସ୍ ଦୁର୍ଘଟଣାକୁ ନେଇ ଯାତ୍ରୀଙ୍କ ସୁରକ୍ଷା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି।