ଭୁବନେଶ୍ୱର,ଏନ୍ଏନ୍ଏସ୍: ସାବଧାନ ଗାଡ଼ି ଚାଳକ। ଏଣିକି ରଙ୍ଗରୁଟ୍ରେ ଗାଡି ଚଲାଇଲେ ଲିକ୍ ହେବ ଟାୟାର। ରଙ୍ଗରୁଟ୍ ଡ୍ରାଇଭିଂ ରୋକିବାକୁ କମିସନରେଟ ପୁଲିସ ପକ୍ଷରୁ ଅନେକ ସ୍ଥାନରେ ସ୍ପାଇକ୍ ବାରିଅର ଲଗାଯିବ। କଟକ-ଭୁବନେଶ୍ୱରରେ ୨୪୨ଟି ରଙ୍ଗ୍ ରୁଟ୍ ସ୍ଥାନ ଚିହ୍ନଟ ହୋଇଛି। ଏହା ଭିତରୁ ୩୨ଟି ଅତି ସମ୍ବେଦନଶୀଳ ସ୍ଥାନ ।
ପ୍ରଥମ ପର୍ଯ୍ୟାୟରେ ରସୁଲଗଡ ସ୍ଥିତ ଏସପ୍ଲାନେଡ୍ ମଲ୍ ପାଖରେ ପରୀକ୍ଷାମୂଳକ ଭାବେ ଲାଗିବ ସ୍ପାଇକ୍ ବାରିଅର । ଅର୍ଥାତ ଯେଉଁ ରାସ୍ତାରେ ଏହି ବେରିଅର ଲାଗିଥିବା ସେହି ରାସ୍ତାରେ ସିଧା ଯାଇହେବ କିନ୍ତୁ ବାମପଟକୁ ୟୁ-ଟର୍ଣ୍ଣ ମାରି ଯାଇହେବ ନାହିଁ। ଯଦି କେହି ଯାଏ ତେବେ ତାର ଗାଡି ଚକା ଲିକ ହେବ ସୁନିଶ୍ଚିତ।