Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ପେତରବାଡ଼ି ଘାଟିରେ ଓଲଟିଲା ବସ୍, ଜଣେ ମୃତ, ୭ ଗୁରୁତର – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ପେତରବାଡ଼ି ଘାଟିରେ ଓଲଟିଲା ବସ୍, ଜଣେ ମୃତ, ୭ ଗୁରୁତର

ଦାରିଙ୍ଗବାଡ଼ି,ଫୁଲବାଣୀ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ପର୍ତ୍ତମାହା ପଞ୍ଚାୟତ ଅଧୀନ ପେତରବାଡ଼ି ଘାଟିରେ ଶନିବାର ସନ୍ଧ୍ୟାରେ ଏକ ଘରୋଇ ବସ ଦୁର୍ଘଟଣା ଗ୍ରସ୍ତ ହୋଇଛି। ଘାଟିରେ ବସଟି ରାସ୍ତାର ୧୦ ଫୁଟ ତଳକୁ ଖସିପଡ଼ିଛି। ଏହି ସମୟରେ ବସରେ ୧୨ରୁ ୧୫ଜଣ ଯାତ୍ରୀ ଥିଲେ। ସେମାନଙ୍କ ମଧ୍ୟରୁ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୭ ଜଣ ଗୁରୁତର ଆହତ ହୋଇଛନ୍ତି। ସୂଚନା ଅନୁସାରେ ଦୁର୍ଘଟଣା ପରେ ଗ୍ରାମବାସୀମାନେ ଥାନା, ଦମକଳ ବାହିନୀକୁ ଖବର ଦେଇଥିଲେ। ଏଥିସହ ଦୁର୍ଘଟଣାରେ ଆହତ ହୋଇଥିବା ବ୍ୟକ୍ତିମାନଙ୍କୁ ଅଟୋ ଯୋଗେ ଦାରିଙ୍ଗବାଡ଼ି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଥିରୁ ଜଣେ ଗୁରୁତର ଆହତଙ୍କୁ ବ୍ରହ୍ମପୁର ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଉଥିବା ବେଳେ ବାଟରେ ତାର ମୃତ୍ୟୁ ହୋଇଥିବା ଜଣାପଡ଼ିଛି। ମୃତ ବ୍ୟକ୍ତି ଜଣଙ୍କ ହେଉଛନ୍ତି ଦାରିଙ୍ଗବାଡ଼ି ଥାନା କଟାବାଡ଼ି ଗ୍ରାମର ଡେକରା ପ୍ରଧାନ(୬୦)।

ଆହତମାନେ ହେଲେ ପେତରବାଡ଼ି ଅଞ୍ଚଳର ସୁନାପା ପ୍ରଧାନ(୧୭), ସ୍ୱର୍ଣ୍ଣ ପ୍ରଧାନ(୬୦), ନକୁଳ ପ୍ରଧାନ(୨୩), ସମିତା ପ୍ରଧାନ(୨୦), ମୟଙ୍କୀ ପ୍ରଧାନ(୭୪), ଇଗ୍ନେଶ ପ୍ରଧାନ(୧୮), ହିରୋପା ପ୍ରଧାନ(୨୭)। ଏମାନଙ୍କ ମଧ୍ୟରୁ ଡେକରା ପ୍ରଧାନଙ୍କ ଅବସ୍ଥା ଗୁରୁତର ରହିଛି।

ସୂଚନା ପ୍ରକାରେ ରାଇକିଆ ଠାରୁ କୋଟଗଡ଼ ବ୍ଲକ୍ ଅନ୍ତର୍ଗତ ରାଣୀଙ୍ଗପାଙ୍ଗା ଅଞ୍ଚଳକୁ ପ୍ରଧାନ ଏଣ୍ଡ ପ୍ରଧାନ ନାମକ ଯାତ୍ରୀବାହୀ ବସ୍ (ଓଡ଼ି-୧୨-୬୦୧୦) ଯାଉଥିଲା। ଏହି ସମୟରେ ପେତରବାଡ଼ି ଘାଟିରେ ବସଟି ଭାରସାମ୍ୟ ହରାଇ ଓଲଟି ପଡିଥିଲା। ଘଟଣା ସମ୍ପର୍କରେ ଦାରିଙ୍ଗବାଡ଼ି ଥାନା ଅଧିକାରୀ କୌଶିକ ମାଝୀ ସୂଚନା ପାଇ ପୁଲିସ୍ ଟିମ୍ ସହ ଘଟଣାସ୍ଥଳରେ ପହଞ୍ଚିଥିଲେ। ପରେ ସବ-ଇନ୍ସପେକ୍ଟର ସୌମ୍ୟରଞ୍ଜନ ଜେନା, ସୌମ୍ୟକାନ୍ତ ପଣ୍ଡା ପ୍ରମୁଖ ପହଞ୍ଚିଥିଲେ।

ଆହତ ଯାତ୍ରୀଙ୍କ କହିବା ଅନୁସାରେ ବସ ଚାଳକ ନିଶାସକ୍ତ ଅବସ୍ଥାରେ ଗାଡ଼ି ଚଲାଉଥିବାରୁ ଏଭଳି ଦୁର୍ଘଟଣା ଘଟିଛି। ତେଣୁ ପୁଲିସ ଏହି ଘଟଣାର ତଦନ୍ତ କରି ସୂଚନା ଦେବ ବୋଲି ଥାନା ଅଧିକାରୀ କହିଛନ୍ତି।