ମୁମ୍ବାଇରେ ମାସ୍କ୍ ବାବଦ ଜୋରିମାନା ୩୧ କୋଟି

ମୁମ୍ବାଇ,ଏଜେନ୍ସି: କୋଭିଡ୍ କଟକଣା ଅନୁଯାୟୀ ସର୍ବସାଧାରଣ ସ୍ଥାନରେ ପ୍ରତ୍ୟେକ ବ୍ୟକ୍ତିଙ୍କୁ ମାସ୍କ୍ ପରିଧାନ କରିବା ଜରୁରୀ ହୋଇପଡିଛି। ତେବେ ୨୦୨୦ ମାର୍ଚ୍ଚରୁ ୨୦୨୧ ଫେବୃଆରୀ ମଧ୍ୟରେ ମୁମ୍ବାଇ ସହରରେ ମାସ୍କ୍ ପରିଧାନ କରିନଥିବା ବ୍ୟକ୍ତିଙ୍କଠାରୁ ପୁଲିସ ମୋଟ ୩୧ କୋଟି ଟଙ୍କାର ଜୋରିମାନା ଆଦାୟ କରିଥିବା ଜଣାପଡିଛି। ଏହି ଅପରାଧରେ ମୋଟ ୧୫,୭୧,୬୭୯ ଜଣ ଦଣ୍ଡିତ ହୋଇଛନ୍ତି। ମାସ୍କ୍ ପିନ୍ଧିିନଥିବା ବ୍ୟକ୍ତିଙ୍କଠାରୁ ୨୦୦ ଟଙ୍କା ଜୋରିମାନା ଆଦାୟ କରାଯିବ ବୋଲି ମହାରାଷ୍ଟ୍ର ସରକାର ୨୦୨୦ ଫେବୃଆରୀ ୧୬ରେ ଏକ ନିର୍ଦ୍ଦେଶନାମା ଜାରି କରିଥିଲେ।