ଗଛକୁ ଧକ୍କା ଦେଇ ବସ୍ ଓଲଟିଲା, ୧୧ ଆହତ

ବୌଦ୍ଧ,ଏନ୍ଏନ୍ଏସ୍: ବୌଦ୍ଧ ଜିଲ୍ଲା ୫୭ନଂ ଜାତୀୟ ରାଜପଥର ଜହ୍ନପଙ୍ଗ ଛକ ନିକଟରେ ଶୁକ୍ରବାର ବିଳମ୍ବିତ ରାତିରେ ଏକ ବସ୍ ଗଛକୁ ଧକ୍କାଦେଇ ଓଲଟି ପଡ଼ିବା ସହ ଏଥିରେ ୧୧ଜଣ ଆହତ ହୋଇଛନ୍ତି। ସୂଚନା ଅନୁସାରେ ଚକାଡୋଳା ନାମକ ଏକ ଘରୋଇ ବସ ଜୟପୁରରୁ ଭୁବନେଶ୍ୱର ଅଭିମୁଖେ ଯାଉଥିଲା। ଏହି ସମୟରେ ବସଟି ଭାରସାମ୍ୟ ହରାଇ ୫୭ନଂ ଜାତୀୟ ରାଜପଥର ଜହ୍ନପଙ୍ଗ ଛକ ନିକଟରେ ଏକ ଗଛକୁ ଧକ୍କା ଦେଇ ଓଲଟି ପଡ଼ିଥିଲା।

ଫଳରେ ଏହି ସମୟରେ ବସରେ ଥିବା ଯାତ୍ରୀଙ୍କ ମଧ୍ୟରୁ ୭ଜଣ ସାମାନ୍ୟ ଆହତ ହୋଇଥିବା ବେଳେ ୪ଜଣଙ୍କ ଅବସ୍ଥା ଗୁରୁତରଥିବା ଜଣାପଡ଼ିଛି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି।