ଭୁବନେଶ୍ଵର,ଏନ୍ଏନ୍ଏସ୍: ନିର୍ଯାତନା ସହିନପାରି ସ୍କୁଲ ଛାତରୁ ଛାତ୍ରୀ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବା ଭଳି ଚାଞ୍ଚଲ୍ୟକର ଘଟଣା ରାଜଧାନୀର ମଞ୍ଚେଶ୍ୱର ଅଞ୍ଚଳରେ ଦେଖିବାକୁ ମଳିଛି। ମଞ୍ଚେଶ୍ଵର ଥାନା ଅଞ୍ଚଳରେ ଥିବା ଏକ ସରକାର ସ୍କୁଲର ଏକ ଛାତ୍ରୀ ସ୍କୁଲ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଥିବାବେଳେ ଏ ନେଇ ପରିବାର ପକ୍ଷରୁ ଥାନାରେ ଅଭିଯୋଗ କରିଛନ୍ତି।
ତେବେ ଉକ୍ତ ଛାତ୍ରୀ ଜଣଙ୍କ ବିରୋଧରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ପରିବାର ସମେତ ସ୍ଥାନୀୟ ଲୋକମାନେ ସ୍କୁଲ ଆଗରେ ଧାରଣା ଦେଇଛନ୍ତି। ଏହି ପରିପ୍ରେକ୍ଷୀରେ ସେମାନେ କହିଛନ୍ତି ଯେ ସ୍କୁଲର ଶିକ୍ଷୟିତ୍ରୀ ଜଣକ ବାରମ୍ବାର ଛାତ୍ରୀମାନଙ୍କୁ ଦୁର୍ବ୍ୟବହାର କରିବା ସହିତ ନିର୍ୟାତନା ଦେଇଆସୁଛନ୍ତି।
ଛାତ୍ରୀମାନେ ଏ ସମ୍ପର୍କରେ ଘରେ ଜଣାଇବା ପରେ ଅଭିଭାବକମାନେ ସ୍କୁଲ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ। ମାତ୍ର ସ୍କୁଲ କର୍ତ୍ତୃପକ୍ଷ ଏ ନେଇ କୌଣସି ପଦକ୍ଷେପ ନେଇ ନଥିଲେ। ଏକାଦଶ ଶ୍ରେଣୀର ଜଣେ ଛାତ୍ରୀ ବାରମ୍ବାର ଶିକ୍ଷୟିତ୍ରୀଙ୍କଠାରୁ ନିର୍ୟାତିତ ହେଉଥିବା ବେଳେ ଏହା ଅସହ୍ୟ ହେବାରୁ ସେ ଶନିବାର ସ୍କୁଲ ଛାତରୁ ଡେଇଁ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି। ସେ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧିନ ଅବସ୍ଥାରେ ଥିବା ଜଣାଯାଇଛି।