ଇନୋଭାକୁ ଧକ୍କା ଦେଲା ବସ୍ : ୨ ମୃତ ଓ ୨୫ ଆହତ

ବୌଦ୍ଧ,ଏନ୍ଏନ୍ଏସ୍: ଅନୁଗୁଳ ଜିଲ୍ଲା ସୀମାନ୍ତ କିଆକଟା ଛକରେ ଗତକାଲି ବିଳମ୍ବିତ ରାତିରେ ବସ୍ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ହୋଇଛି। ଏହି ଦୁର୍ଘଟଣାରେ ୨୫ ଯାତ୍ରୀ ଆହତ ହୋଇଛନ୍ତି। ସୂଚନାଯୋଗ୍ୟ, ଗତକାଲି ବିଳମ୍ବିତ ରାତିରେ ହୀରାକୁଦରୁ ବ୍ରହ୍ମପୁର ଅଭିମୁଖେ ଯାଉଥିବା ଏକ ଯାତ୍ରିବାହୀ ବସ କିଆକଟା ଛକରେ ଛିଡ଼ା ହୋଇଥିବା ଏକ ଇନୋଭାକୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ୨ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ୮ଜଣ ଗୁରୁତର ହୋଇଥିଲେ। ସାମାନଙ୍କୁ ବୁର୍ଲା ମେଡିକାଲକୁ ସ୍ଥାନାନ୍ତର କରାଯାଇଛି। ବସରେ ଥିବା ୨୫ରୁ ଅଧିକ ଯାତ୍ରୀ ଆହତ ହୋଇ ବୌଦ୍ଧ ମେଡିକାଲରେ ଭର୍ତ୍ତି ହୋଇଛନ୍ତି।