ଚକା ବଦଳାଉଥିବାବେଳେ ମାଡିଗଲା ଟ୍ରକ୍ , ୨ ମୃତ

ଆନନ୍ଦପୁର, ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ୨୦ ନଂ ଜାତୀୟ ରାଜପଥ ବୀରଗୋବିନ୍ଦପୁର ନିକଟରେ ଟ୍ରକ୍ ଧକ୍କାରେ ଆଉ ଏକ ଟ୍ରକର ଦୁଇ ହେଲ୍ପରଙ୍କ ମୃତ୍ୟୁ ହୋଇଛି। ମୃତ ଦୁଇ ହେଲ୍ପର ଚକା ବଦଲାଉଥିବା ବେଳେ ଦୃତଗତିରେ ଆସୁଥିବା ଟ୍ରକଟି ତାଙ୍କ ଉପରେ ଚଢିଯାଇଥିଲା। ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ ହୋଇଥିଲା। ମୃତ ୨ ହେଲ୍ପର ହେଲେ ଆନନ୍ଦପୁର ଥାନା ଜୋକନାଳି ଗାଁ ର ଲିପୁନ୍ ନାୟକ ଓ ସଂଜିବ ଘଡେଇ । ଦୁର୍ଘଟଣା ଘଟଇଥିବା ଟ୍ରକକୁ ଘସିପୁରା ପୁଲିସ ଜବତ କରିବା ସହ ଡ୍ରାଇଭରକୁ ଅଟକ ରଖିଛି ।

ସୂଚନା ଅନୁାଯୟୀ, କେନ୍ଦୁଝର ଜିଲ୍ଲା ବିରଗୋବିନ୍ଦପୁର ନିକଟରେ ଟ୍ରକର ଚକା ପମ୍ପଚର ହେବାରୁ ରାସ୍ତା କଡ଼ରେ ଗାଡି ଛିଡାକରି ଦୁଇ ହେଲ୍ପର ଚକା ବଦଳାଉଥିଲେ। ଏହି ସମୟରେ ପଛପଟୁ ଦ୍ରୁତଗତି ଆସୁଥିବା ଏକ ଟ୍ରକ ୨ଜଣ ହେଲ୍ପରଙ୍କ ଉପରେ ମାଡିଯାଇଥିଲା । ଫଳରେ ଘଟଣାସ୍ଥଳରେ ଦୁଇଜଣଙ୍କର ମୃତ୍ୟୁ ହୋଇଯାଇଥିଲା।