ବୁଡ଼ୁବାଲି ଆଶ୍ରମ ବିଦ୍ୟାଳୟରେ ବାର୍ଷିକ କ୍ରୀଡ଼ା ଉତ୍ସବ

ଚନ୍ଦ୍ରପୁର,ଏନ୍‌ଏନ୍‌ଏସ୍‌: ରାୟଗଡ଼ା ଜିଲ୍ଲା ଆଦିବାସୀ ଅଧ୍ୟୁଷିତ ଚନ୍ଦ୍ରପୁର ବ୍ଲକ୍‌ର ବୁଡୁବାଲି ପଞ୍ଚାୟତ ସଦର ମହକୁମାରେ ଥିବା ଜାତି ଜନଜାତି କଲ୍ୟାଣ ବିଭାଗ ଆଶ୍ରମ ବିଦ୍ୟାଳୟରେ କ୍ରୀଡ଼ା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଚନ୍ଦ୍ରପୁର ଗୋଷ୍ଠୀ ଶିକ୍ଷା ଅଧିକାରୀ ଗଣେଶ ଶବର ଯୋଗ ଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ସରପଞ୍ଚ ଭୀମ ଗୋଗେରଙ୍ଗା, ସମ୍ମାନିତ ଅତିଥିଭାବେ ସହକାରୀ ଗୋଷ୍ଠୀ ଅଧିକାରୀ ଉମାକାନ୍ତ ମିଶାଲ, ସିଆରସି ହେମନ୍ତ ମଲ୍ଲିକ, ଶମ୍ବୁ ଗାଗେରଙ୍ଗା ଓ ପ୍ରଧାନଶିକ୍ଷକ ଅଡ଼ଙ୍ଗାକା ସୁଦର୍ଶନ ଯୋଗ ଦେଇଥିଲେ । ବରିଷ୍ଠ ଶିକ୍ଷକ ରାମଚନ୍ଦ୍ର ପାଢ଼ୀ, ଶିକ୍ଷକ ସୀମା କ୍ରେପୁଟିକା ଓ ମଟ୍ରୋନ ସବିତା ଗୌଡ଼ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ପୁଚି, ମ୍ୟୁଜିକ ଚେୟାର ଓ ଦୌଡ଼ରେ ବାଳିକାମାନେ ଭାଗ ନେଇଥିବାବେଳେ ବାଳକମାନେ କ୍ରିକେଟ ଆଦି କ୍ରୀଡ଼ାରେ ଭାଗ ନେଇଥିଲେ । ଏହି କାର୍ଯ୍ୟକ୍ରମକୁ ବରିଷ୍ଠ ଶିକ୍ଷକ ରାମଚନ୍ଦ୍ର ପାଢ଼ୀ ପରିଚାଳନା କରିଥିବାବେଳେ ସ୍କୁଲର ସମସ୍ତ କର୍ମଚାରୀ ସହଯୋଗ କରିଥିଲେ ।