ନବରଙ୍ଗପୁର,ଏନ୍ଏନ୍ଏସ୍: ନବରଙ୍ଗପୁର ଜିଲ୍ଲା ନନ୍ଦାହାଣ୍ଡି ବ୍ଲକ ଅନ୍ତର୍ଗତ ଏକମ୍ବାରେ ଥିବା ବୁଢ଼ାରାଜା ମନ୍ଦିର ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଉତ୍ସବରେ ମୁଖ୍ୟଅତିଥି ଭାବେ ସାଂସଦ ରମେଶ ଚନ୍ଦ୍ର ମାଝୀ, ସମ୍ମାନିତ ଅତିଥିଭାବେ ନବରଙ୍ଗପୁର ବିଧାୟକ ସଦାଶିବ ପ୍ରଧାନୀ, ନନ୍ଦାହାଣ୍ଡି ପଞ୍ଚାୟତ ସମିତି ଅଧ୍ୟକ୍ଷା ରଶ୍ମିତା ମାଝୀ, ସାଂସଦ ପ୍ରତିନିଧି ସୁନିଲ ସାହୁ, ଜିଲ୍ଲା ପରିଷଦ ସଭ୍ୟ ଅରୁଣ ମିଶ୍ର ଓ ବରିଷ୍ଠ କଂଗ୍ରେସ ନେତା ବୃନ୍ଦାବନ ତ୍ରିପାଠୀଙ୍କ ସମେତ ବହୁ ମାନ୍ୟଗନ୍ୟ ବ୍ୟକ୍ତି ଅଂଶଗ୍ରହଣ କରିଥିଲେ । ପ୍ରଥମେ କାୟାସୁଦ୍ଧି, ଜଳଯାତ୍ରା, ଅଙ୍କୁରା ରୋପଣ, ବନଯୋଗ, ମଙ୍ଗଳା ଅଧିବାସ ଓ ପ୍ରାଣ ପ୍ରତିଷ୍ଠା ଆଦି କାର୍ଯ୍ୟକ୍ରମ କରାଯାଇଛି । ବୁଧବାର ପୂର୍ଣ୍ଣାହୁତି କାର୍ଯ୍ୟକ୍ରମ ମଧ୍ୟ ରହିଛି । ଉକ୍ତ କାର୍ଯ୍ୟକ୍ରମକୁ ଗ୍ରାମବାସୀମାନେ ପରିଚାଳନା କରୁଥିବାବେଳେ ଆଖପାଖ ଗ୍ରାମରୁ ଶତାଧିକ ଶ୍ରଦ୍ଧାଳୁ ଅଂଶଗ୍ରହଣ କରିଛନ୍ତି ।