ଯୋଶୀମାଠ ଯୋଗୁ ବିପଦପୂର୍ଣ୍ଣ ହେବ ୪ ଧାମ ଯାତ୍ରା

ହିମାଚଳପ୍ରଦେଶ: ଉତ୍ତରାଖଣ୍ଡରେ ୪ ଧାମ ଯାତ୍ରା ଆରମ୍ଭ ହେବାକୁ ଯାଉଛି । ଏଥିଲାଗି ପ୍ରସ୍ତୁତି ଆରମ୍ଭ ହୋଇଯାଇଥିବାବେଳେ ଯୋଶୀମଠ ସହର ଦେଇ ଯାଇଥିବା ରାସ୍ତାରେ ଫାଟ ସୃଷ୍ଟି ହୋଇଛି । କିନ୍ତୁ ନିକଟରେ ଉତ୍ତରାଖଣ୍ଡ ସରକାର ଯାତ୍ରା ଆରମ୍ଭର ତାରିଖ ଘୋଷଣା କରିଛନ୍ତି ।

ସୂଚନାଯୋଗ୍ୟ, ବର୍ତ୍ତମାନ ସମୟରେ ୪ ଧାମ ଯାତ୍ରା ଆରମ୍ଭ କରିବାର ବିଚାର ଆଦୌ ଠିକ୍ ନୁହେଁ ବୋଲି ବିଶେଷଜ୍ଞ ରାୟ ଦେଇଛନ୍ତି । ଗତ ବର୍ଷ ୪ ଧାମ ଯାତ୍ରାରେ ୧୬ ଲକ୍ଷ ଲୋକ ସାମିଲ ହୋଇଥିବାବେଳେ ଚଳିତ ବର୍ଷ ୪୫ ଲକ୍ଷ ରେକର୍ଡ ପାର କରିବାର ସମ୍ଭାବନା ରହିଛି ।