ବୁଢ଼ା ଡଙ୍ଗର ଲୋକ ମହୋତ୍ସବ ଉଦଘାଟିତ

କେସିଙ୍ଗା,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଜଗନ୍ନାଥ ମନ୍ଦିର ପରିସରରେ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ କେସିଙ୍ଗା ଦ୍ୱାରା ଆୟୋଜିତ ୨୭ତମ ବୁଢ଼ା ଡଙ୍ଗର ଲୋକ ମହୋତ୍ସବ ୨୦୨୩ କଳାହାଣ୍ଡି ଏଡିଏମ ତନ୍ମୟ କୁମାର ଦର୍ଶନ ଓ କେସିଙ୍ଗା ବିଡ଼ିଓ ପଦ୍ମନାଭ ପୁରୋହିତଙ୍କ ଦ୍ୱାରା ଉଦଘାଟିତ ହୋଇଯାଇଛି । ସକାଳ ୯ଟା ସମୟରେ ଅନୁଷ୍ଠାନର ପତାକା ଉତ୍ତୋଳନ ପରେ କେସିଙ୍ଗା ବୁଢ଼ା ଡଙ୍ଗର ମନ୍ଦିରରୁ ମହୋତ୍ସବ ମଞ୍ଚ ପର୍ଯ୍ୟନ୍ତ ଏକ ବିରାଟ ସାଂସ୍କୃତିକ ଶୋଭାଯାତ୍ରା ବାହାରିଥିଲା । ବୌଦ୍ଧର ମୟୁର ନୃତ୍ୟ, ଆଦିବାସୀ ନୃତ୍ୟ, ମହିଳା ସଂକୀର୍ତ୍ତନ, ଦୁଲ ଦୁଲି ବାଜା ଓ ଓଡ଼ିଆ ଅଭିନେତ୍ରୀ ଭୂମିକା ଦାସ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲେ । ମଧ୍ୟାହ୍ନରେ ମଞ୍ଚ ପୂଜା ଓ ଉଦଘାଟନ ପରେ ୧୨ଟା ୩୦ ସମୟରେ ବିଦ୍ୟାଳୟସ୍ତରୀୟ ଚିତ୍ରକଳା ପ୍ରଦର୍ଶନୀକୁ କେସିଙ୍ଗା ତହସିଲଦାର ପ୍ରଶାନ୍ତି ପ୍ରଧାନ ଉଦଘାଟନ କରିଥିଲେ । ସଂଯୋଜକ ଭାବେ ବରିଷ୍ଠ ଚିତ୍ରଶିଳ୍ପୀ ମୁକୁନ୍ଦ ରେଡ୍ଡୀ ଯୋଗ ଦେଇଥିଲେ । ଅପରାହ୍ନ ୩ଟା ସମୟରେ ସୁର ସଙ୍ଗୀତ ଲୋକଗୀତ ଓ ଲୋକନୃତ୍ୟ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଦ୍ୱିତୀୟ ଅଧିବେଶନ ସନ୍ଧ୍ୟା ୬ଟାରୁ ଆରମ୍ଭ ହେବାକୁ ଥିବାବେଳେ ବହୁ ଅଧିକାରୀ, ସଚିବ ଓ ଅଧ୍ୟକ୍ଷ ଯୋଗ ଦେବେ ।