ବୁଢ଼ା ଡଙ୍ଗର ଲୋକ ମହୋତ୍ସବ ଉଦଯାପିତ   

କେସିଙ୍ଗା,ଏନ୍‌ଏନ୍‌ଏସ୍‌: କଳାହାଣ୍ଡି ଜିଲ୍ଲା କେସିଙ୍ଗା ଜଗନ୍ନାଥ ମନ୍ଦିର ପରିସରରେ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ କେସିଙ୍ଗା ଦ୍ୱାରା ଆୟୋଜିତ ୨୭ତମ ବୁଢ଼ା ଡଙ୍ଗର ଲୋକ ମହୋତ୍ସବ ଉଦଯାପିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ର୍ରମରେ ମୁଖ୍ୟଅତିଥି ଭାବେ ରାଜ୍ୟସଭା ସାଂସଦ ସୁଜିତ କୁମାର ସେଠ ଯୋଗଦେଇଥିବାବେଳେ ସମ୍ମାନିତ ଅତିଥିଭାବେ କେସିଙ୍ଗା ବ୍ଲକ ଅଧ୍ୟକ୍ଷ ଚନ୍ଦନ କୁମାର ସେନାପତି, କେସିଙ୍ଗା ମହାବିଦ୍ୟାଳୟର ଅଧ୍ୟକ୍ଷ ସୁଶାନ୍ତ କୁମାର ପାଢ଼ୀ ଓ ବରେଣ୍ୟ ଅତିଥିଭାବେ କଳାହାଣ୍ଡି ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂ ଦେଓ ଉପସ୍ଥିତ ଥିଲେ । ମୁଖ୍ୟଅତିଥି ଭାବେ ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ ସଭାପତି ସୁଶାନ୍ତ ମହାପାତ୍ର ଓ ସମ୍ପାଦକ ଅକ୍ଷୟ ଦାସ ମଞ୍ଚାସିନ ଥିଲେ । ସାଂସ୍କୃତିକ ସନ୍ଧ୍ୟାରେ ଆସାମର ବିହୁ ନୃତ୍ୟ, ଭୁବନେଶ୍ୱରର ଓଡ଼ିଶୀ ନୃତ୍ୟ, ମାଲଖମ ଭୁବନେଶ୍ୱର, ବୃନ୍ଦାବନ ସାଂସ୍କୃତିକ ଅନୁଷ୍ଠାନ କେସିଙ୍ଗାର ବଜାଶାଲ, ସଙ୍ଗୀତ ସମ୍ରାଟ ସାନ୍ତୁନୁ ସାହୁ, ଆଶିଷ କୁମ୍ଭାର ଓ ପଦ୍ମିନୀ ଦୋରା ମୁଖ୍ୟ ଆକର୍ଷଣ ସାଜିଥିଲେ । ପ୍ରଥମ ଅଧିବେଶନରେ ବିଶିଷ୍ଟ ଲେଖିକା ଯାଜ୍ଞସେନି ସାହାଙ୍କ ଦ୍ୱାରା ମଞ୍ଚ ଉଦଘାଟନ ପରେ ଦଳଗତ ନୃତ୍ୟ ପ୍ରତିଯୋଗିତା ଓ ଶେଷ ପର୍ଯ୍ୟାୟରେ ସୁର ସଙ୍ଗୀତ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଜ୍ଞାନେନ୍ଦ୍ର ଭୋଇ ଓ ଅର୍ଚ୍ଚନା ସାହୁ ମଞ୍ଚ ପରିଚାଳନା କରିଥିବାବେଳେ ଅନେକ ପ୍ରତିଭାବାନ ବ୍ୟକ୍ତିଙ୍କୁ ସମ୍ମାନିତ କରାଯାଇଥିଲା । ଶେଷରେ ସମ୍ପାଦକ ଅକ୍ଷୟ ଦାସ ଧନ୍ୟବାଦ ଦେଇଥିଲେ ।