ପ୍ରାଣ ପ୍ରତିଷ୍ଠାରେ ଗର୍ଭଗୃହରେ ରହିବେ ୫ ଜଣ

ଉତ୍ତରପ୍ରଦେଶ: ଅଯୋଦ୍ଧାରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା କାର୍ଯ୍ୟକ୍ରମ ଯୁଦ୍ଧସ୍ତରରେ ଚାଲିଛି । ଇତିମଧ୍ୟରେ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ସହ ଜଡ଼ିତ ବଡ଼ ଅପଡେଟ ସାମ୍ନାକୁ ଆସିଛି । ସୂତ୍ର ମୁତାବକ, ପ୍ରାଣ ପ୍ରତିଷ୍ଠା ସମୟରେ ମାତ୍ର ୫ଜଣ ଗର୍ଭ ଗୃହରେ ଉପସ୍ଥିତ ରହିବେ । ସେମାନେ ହେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ, ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ, ଆରଏସଏସ ମୁଖ୍ୟ ମୋହନ ଭାଗବତ, ରାଜ୍ୟପାଳ ଆନନ୍ଦୀବେନ ପଟେଲ ଓ ମୁଖ୍ୟ ପଣ୍ଡିତ । ପ୍ରାଣ ପ୍ରତିଷ୍ଠା ସମୟରେ ପରଦା ପଡ଼ିବ । ସର୍ବପ୍ରଥମେ ଭଗବାନ ରାମଙ୍କୁ ନିଜ ମୁହଁ ଦେଖାଯିବ । ପୂଜା ପାଇଁ ପଣ୍ଡିତଙ୍କ ୩ଟି ଟିମ୍ ପ୍ରସ୍ତୁତ କରାଯାଇଛି।

ପ୍ରାଣ ପ୍ରତିଷ୍ଠା ସମାରୋହ ପାଇଁ ଅଯୋଦ୍ଧାରେ ଭାରି ସଂଖ୍ୟାରେ ଲୋକ ପହଞ୍ଚିବାକୁ ଦୃଷ୍ଟିରେ ରଖି ବ୍ୟାପକ ସ୍ତରରେ ପ୍ରସ୍ତୁତି ଚାଲିଛି । ମୁଖ୍ୟମନ୍ତ୍ରୀ ଯୋଗୀ ଲଗାତାର ଭାବେ ପ୍ରସ୍ତୁତିର ସମୀକ୍ଷା କରୁଛନ୍ତି । ଉକ୍ତ କାର୍ଯ୍ୟକ୍ରମରେ କାଶୀ ବିଶ୍ୱନାଥ ଓ ବୈଷ୍ଣବ ଦେବୀ ମନ୍ଦିରର ମୁଖ୍ୟ ସମେତ ୪ ହଜାର ସନ୍ଥଙ୍କୁ ନିମନ୍ତ୍ରଣ କରାଯାଇଛି ।