ଯୌନ ନିର୍ଯାତନା, ବୌଦ୍ଧ ସନ୍ନ୍ୟାସୀଙ୍କୁ ୧୦ ବର୍ଷ ଜେଲଦଣ୍ଡ

ପାଟନା,ଏଜେନ୍ସି: ବିହାରର ବୋଧଗୟା ଜିଲ୍ଲାରେ ଥିବା ଏକ ବୌଦ୍ଧସ୍ତୂପର ବୌଦ୍ଧ ସନ୍ନ୍ୟାସୀଙ୍କୁ ଯୌନ ନିର୍ଯାତନା ଦେଇଥିବା ଅଭିଯୋଗରେ ୧୦ ବର୍ଷ ଜେଲ ଦଣ୍ଡାଦେଶ ପ୍ରଦାନ କରାଯାଇଛି। ଏକ ନାବାଳକଙ୍କ ସହ ବଳପୂର୍ବକ ଅପ୍ରାକୃତିକ ଯୌନସମ୍ପର୍କ ସ୍ଥାପନ କରିଥିବା ଅଭିଯୋଗରେ ପୋକସୋ ଅଦାଲତ ଏହି ସନ୍ନ୍ୟାସୀଙ୍କୁ ୧୦ ବର୍ଷ ସଶ୍ରମ ଜେଲଦଣ୍ଡାଦେଶ ସମେତ ୨୦,୦୦୦ ଟଙ୍କା ଜୋରିମାନା ନିର୍ଦ୍ଦେଶ ଦେଇଛନ୍ତି। ଏହାବ୍ୟତୀତ ଉକ୍ତ ନାବାଳକଙ୍କୁ କ୍ଷତିପୂରଣ ବାବଦରେ ୨ ଲକ୍ଷ ଟଙ୍କା ପ୍ରଦାନ କରିବାକୁ ସ୍ଥାନୀୟ ପ୍ରଶାସନକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି। ୨୦୧୫ ଜୁନରେ ଥାଇଲାଣ୍ଡର ଏହି ବୌଦ୍ଧ ସନ୍ନ୍ୟାସୀ ଜଣେ ୧୪ ବର୍ଷର ବାଳକକୁ ପ୍ରଲୋଭିତ କରି ନିଜ ପ୍ରକୋଷ୍ଠକୁ ଡାକିବା ସହ ଅପ୍ରାକୃତିକ ଯୌନସମ୍ପର୍କ ସ୍ଥାପନ କରିଥିଲେ।