ଟ୍ରକ୍ ଧକ୍କାରେ ଲୁନା ଆରୋହୀ ମୃତ

ଝାରସୁଗୁଡା,ଏନ୍ଏନ୍ଏସ୍: ଝାରସୁଗୁଡ଼ା ଜିଲ୍ଲା ପ୍ରଶନ୍ନ ପଣ୍ଡା ଛକରେ ଆଜି ସଂଧ୍ୟାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଟ୍ରକ୍ ଧକ୍କାରେ ଲୁନା ଆରୋହୀ ପ୍ରାଣ ହରାଇଛନ୍ତି। ମୃତ ଲୁନା ଆରୋହୀ ଜଣକ ବଡମାଲ ଭୁର୍କାମୁଣ୍ଡାର ବିକ୍ରମ ରୋହିଦାସ ବୋଲି ସଦର ଥାନା ଅଧିକାରୀ ସୁଚିସ୍ମିତା ମହାନ୍ତି ସୂଚନା ଦେଇଛନ୍ତି।

ସୂଚନା ଅନୁଯାୟୀ, ବିକ୍ରମ ବଡମାଲପଟୁ ନିଜ ଲୁନାରେ ଝାରସୁଗୁଡାକୁ ଆସୁଥିବାବେଳେ ପଛପଟୁ ଆସୁଥିବା ଟ୍ରକ୍ ପ୍ରଶନ୍ନ ପଣ୍ଡା ଛକ ନିକଟରେ ତାଙ୍କୁ ଧକ୍କା ଦେଇଥିଲା। ଫଳରେ ଘଟଣାସ୍ଥଳରେ ହିଁ ତାଙ୍କର ମୃତ୍ୟୁ ହୋଇଥିଲା। ଡ୍ରାଇଭର ଜଣକ ଘଟଣାସ୍ଥଳରେ ହିଁ ଗାଡ଼ିଛାଡି ଫେରାର ହୋଇଯାଇଥିବାବେଳେ ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ। ଖବରପାଇ ଝାରସୁଗୁଡା ସଦର ପୁଲିସ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିବାସହ ବିକ୍ରମଙ୍କ ମୃତଦେହ ଉଦ୍ଧାରକରି ବ୍ୟବଚ୍ଛେଦ ପାଇଁ ପଠାଇଛିି।  ଫେରାର ଟ୍ରକ୍ ଡ୍ରାଇଭରକୁ ଖୋଜିବାସହ ଏକ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି।