ନିଜ ପାଖରେ ଥିବା ରାଇଫଲରୁ ଗୁଳି କରି ବିଏସଏଫ୍ ଯବାନଙ୍କ ଆତ୍ମହତ୍ୟା

ରାୟଗଡ଼ା,ଏନ୍ଏନ୍ଏସ୍: ରାୟଗଡ଼ା ଜିଲ୍ଲା କାଶୀପୁରରେ ଜଣେ ବିଏସଏଫ୍ ଯବାନ ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ନିଜ ରାଇଫଲରୁ ଗୁଳି କରି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି।

ସୂଚନା ଅନୁସାରେ କାଶୀପୁର ଥାନା ଅନ୍ତର୍ଗତ ବିଏସଏଫ୍ ୬୮ ବାଟାଲିୟନର ଯବାନ ନିଜ ସୁରକ୍ଷା ପାଇଁ ପାଖରେ ରଖିଥିବା ରାଇଫଲରୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି। ମୃତ ଯବାନ ହେଲେ ଦିଲୀପ କୁମାର ମାହି। ଗତ ୪ ମାସ ତଳେ ବିବାହ କରିଥିଲେ। ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ରହିଥିବା ବେଳେ ପାରିବାରିକ କଳହରୁ ଦିଲୀପ ଆତ୍ମହତ୍ୟା କରିଥିବା ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତାଙ୍କ ମୃତଦେହ ଉଦ୍ଧାର କରି ବ୍ୟବଚ୍ଛେଦ ପାଇଁ ପଠାଇଛି।