ଯୁବ ସାମ୍ବାଦିକଙ୍କ ଅକାଳ ବିୟୋଗ : ବିଭିନ୍ନ ମହଲରେ ଶୋକ

ପାଟଣା, ଏନ୍ଏନ୍ଏସ୍: କେନ୍ଦୁଝର ଜିଲ୍ଲା ସାହାରପଡା ବ୍ଲକ୍ ଦୁଧନାଳି ଗ୍ରାମର ଯୁବ ସାମ୍ବାଦିକ ରମେଶସେନ୍ ମୁଣ୍ଡାଙ୍କ ଗତକାଲି ବିଳମ୍ବିତ ରାତିରେ କରଞ୍ଜିଆ ଉପଖଣ୍ଡ ଚିକିତ୍ସାଳୟରେ ମୃତ୍ୟୁ ଘଟିଛି। ସୂଚନା ଯୋଗ୍ୟ, ରମେଶସେନ୍ ସାହାରପଡା ବ୍ଲକ୍ ଅଞ୍ଚଳ ପାଇଁ ନ୍ୟୁଜ ୬ ୱେବ୍ ଚ୍ୟାନେଲର ପ୍ରତିନିଧି ଭାବରେ କାର୍ଯ୍ୟ କରୁଥିଲେ। ଦୁଇଦିନ ତଳେ ସେ ଥଣ୍ଡାରେ ପୀଡ଼ିତ ଥିଲେ। ହଠାତ୍ ଅସୁସ୍ଥ ହେବାରୁ ପରିବାର ଲୋକେ ତାଙ୍କୁ କରଞ୍ଜିଆ ମେଡିକାଲକୁ ନେଇଯାଇଥିଲେ। ସେଠାରେ ତାଙ୍କର ମୃତ୍ୟୁ ଘଟିଛି। ତାଙ୍କ ବିୟୋଗରେ ସାମ୍ବାଦିକ ସନ୍ତୋଷ ପତି, ବିର କୋଶର ଦାଶ, ନୃସିଂହ ନାଥ ସିଂହ, କିଶୋର ଚନ୍ଦ୍ର ମହାନ୍ତ, ଶିବାଜୀ ଗୌତମ ମହାନ୍ତ ବର୍ମା, ତୁଷାର ଜ୍ୟୋତି ମହାନ୍ତ , କିଶୋର ଚନ୍ଦ୍ର ମହାନ୍ତ, ରତି ରଞ୍ଜନ ମହାନ୍ତ, ଅଭିମନ୍ୟୁ ରାଉତ, କାମିନୀ କାନ୍ତ ଦ୍ୱିବେଦୀ, ମାଛଗଡ଼ ପଞ୍ଚାୟତ ର ସମିତିସଭ୍ୟ ତଥା ଯୁବ ସମାଜସେବୀ ରଞ୍ଜନ ସାହୁ ପ୍ରମୁଖ ଶୋକ ସନ୍ତପ୍ତ ପରିବାରକୁ ସମବେଦନା ଜଣାଇଛନ୍ତି।