ଅକ୍ସିଜେନ ଅଭାବରୁ ୪ ରୋଗୀ ମୃତ, ଉତ୍ତେଜନା ଭୟରେ ହସ୍ପିଟାଲ ଛାଡିଲେ କର୍ମଚାରୀ

ଜୟପୁର,ଏଜେନ୍ସି: ଦେଶରେ ସଂକ୍ରମଣର ଦ୍ୱିତୀୟ ଲହର ଅତି ଭୟଙ୍କର ରହିଛି। ଏହାରି ମଧ୍ୟରେ ବିଭିନ୍ନ ହସ୍ପିଟାଲରେ ଅକ୍ସିଜେନର ଅଭାବ ଲାଗି ରହିଛି। ରାଜସ୍ଥାନର କଲଓ୍ବାଡା ଥାନା ଅଞ୍ଚଳରୁ ଆସିଛି ଏକ ଦୁଃଖଦ ଖବର। ଅକ୍ସିଜେନ ଅଭାବରୁ ଏକ ଘରୋଇ ହସ୍ପିଟାଲରେ ୪ ଜଣ କରୋନା ରୋଗୀଙ୍କ ମୃତ୍ୟୁ ଘଟିଛି।

ଡାକ୍ତରଖାନା କର୍ତ୍ତୃପକ୍ଷ କହିଛନ୍ତି ଯେ, ଯେଉଁ ୪ ଜଣ ରୋଗୀଙ୍କ ମୃତ୍ୟୁ ଘଟିଛି ସେମାନଙ୍କ ଅବସ୍ଥା ସଙ୍କଟାପନ୍ନ ଥିଲା। ସେପଟେ, ୨ ରୋଗୀଙ୍କ ମୃତ୍ୟୁ ପରେ ଉତ୍ତେଜନା ଭୟରେ ହସ୍ପିଟାଲ କର୍ମଚାରୀମାନେ ରୋଗୀଙ୍କୁ ଛାଡି ପଳାଇଥିଲେ। ପୁଲିସ ପହଞ୍ଚିବା ପରେ ଆଉ ୨ ଜଣ ରୋଗୀଙ୍କ ମୃତ୍ୟୁ ହୋଇଥିଲା। ଘଟଣାର ତଦନ୍ତ ଜାରି ରଖିଛି ବୋଲି ପୁଲିସ ସୂଚନା ଦେଇଛି।