ଫିରିଙ୍ଗିଆ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ଗୋଛାପଡ଼ା ଥାନା ଅନ୍ତର୍ଗତ ବାଲନ୍ଦାପଡ଼ା ପଞ୍ଚାୟତ ବଟିମୁଣ୍ଡା ଗ୍ରାମରେ ବିଏସଏଫ ଦ୍ୱାରା ଏକ ଜନ ସମ୍ପର୍କ ଶିବିର ଆୟୋଜିତ ହୋଇଯାଇଛି । ଏହାଦ୍ୱାରା ଜନସାଧାରଣଙ୍କ ସୁରକ୍ଷା ଏବଂ ସେମାନଙ୍କ ଅତି ନିକଟତର ହୋଇ ଲୋକଙ୍କ ସାଧାରଣ ଜୀବନଯାପନ ସହଜ କରିବା ପାଇଁ ଚେଷ୍ଟା କରାଯାଉଛି । ଡେପୁଟି କମାଣ୍ଡାଣ୍ଟ ଶୁଖଦେବ ସିଂ ଗିଲ୍, ସହଯୋଗୀ କମାଣ୍ଡର ନବୀନ ରଣା, ଏଏସଆଇ(ଭିଜିଲାନ୍ସ) ସଞ୍ଜୟ କୁମାର ସିଂ, ୨ଜଣ ପୁଲିସ କର୍ମଚାରୀ ଓ ସ୍ଥାନୀୟ ସରପଞ୍ଚ(ବାଲନ୍ଦାପଡ଼ା) ନିରାକାର ନାୟକ ଓ ୱାର୍ଡମେମ୍ବର(ବଟିମୁଣ୍ଡା) ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଗ୍ରାମର ପ୍ରାୟ ୪୬ଜଣ ପୁରୁଷ ଓ ୭୬ଜଣ ସ୍ତ୍ରୀଙ୍କ ମଧ୍ୟରେ ଶିବିର ତରଫରୁ ପୋଷାକ ପତ୍ର, ବାସନ ସାମଗ୍ରୀ ଓ ଖେଳ ସାମଗ୍ରୀ ଆଦି ବଣ୍ଟା ଯାଇଥିଲା । ସାଧାରଣ ନାଗରିକଙ୍କ ମଧ୍ୟରେ ସମନ୍ୱୟ ରକ୍ଷା କରି ଶାନ୍ତିର ଜୀବନ ଅତିବାହିତ କରିବା ଲାଗି ପ୍ରୋତ୍ସାହନ ଯୋଗାଇବା ପାଇଁ ଏଭଳି ଶିବିରର ଆବଶ୍ୟକତା ରହିଛି ବୋଲି ଶିବିର ମୁଖ୍ୟ ମତବ୍ୟକ୍ତ କରିଛନ୍ତି ।