ରାଇକିଆ,ଏନ୍ଏନ୍ଏସ୍: କନ୍ଧମାଳ ଜିଲ୍ଲା ବିଜେଡି ଓ ବ୍ଲକସ୍ତରୀୟ କର୍ମକର୍ତ୍ତାଙ୍କ ନାମ ଘୋଷଣା କରାଯାଇଛି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ଲଗାତାର ତୃତୀୟଥର ପାଇଁ ରାଇକିଆ ବ୍ଲକ ବିଜେଡି ସଭାପତି ଭାବେ ରାଜମୋହନ ଦିଗାଳ ଦାୟିତ୍ୱ ପାଇଛନ୍ତି । କ୍ରମାଗତ ଭାବରେ ତୃତୀୟଥର ପାଇଁ ତାଙ୍କ ଉପରେ ଭରଷା ରଖି ଦଳକୁ ପରିଚାଳନା କରିବା ଲାଗି ବ୍ଲକସ୍ତରୀୟ ଦାୟିତ୍ୱ ଦେଇଥିବାରୁ ଶ୍ରୀ ଦିଗାଲ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇଛନ୍ତି । ତୃଣମୂଳସ୍ତରରୁ ସାଧାରଣ ଲୋକଙ୍କ ପାଇଁ କାର୍ଯ୍ୟ କରିବାକୁ ପ୍ରାଥମିକତା ଦିଆଯିବା ସହ ୱାର୍ଡସ୍ତରରୁ ଦଳକୁ ବିଜୟୀ ଏବଂ ମଜଭୁତ କରିବା ଲାଗି ସମସ୍ତ ପଦକ୍ଷେପ ନିଆଯିବ ବୋଲି ସେ କହିଛନ୍ତି । ଜିଲ୍ଲା ଓ ବ୍ଲକସ୍ତରର ଦଳୀୟ ନେତା ଏବଂ କର୍ମୀମାନେ ତାଙ୍କୁ ଶୁଭେଚ୍ଛା ଜଣାଇଛନ୍ତି ।