ରାଉଜ ଏଭିନ୍ୟୁ କୋର୍ଟରେ ଜାମିନ ଆବେଦନ ଦାଖଲ କଲେ ସିସୋଦିଆ, କାଲି ହେବ ଶୁଣାଣୀ

ନୂଆଦିଲ୍ଲୀ: ଦିଲ୍ଲୀର ପୂର୍ବତନ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆ ଆଜି ରାଉଜ ଏଭିନ୍ୟୁ କୋର୍ଟରେ ଜାମିନ ଆବେଦନ ଦାଖଲ କରିଛନ୍ତି । ସିସୋଦିଆ ସୁପ୍ରିମକୋର୍ଟଙ୍କ ପରାମର୍ଶରେ ତଳ କୋର୍ଟରେ ଜାମିନ ଆଦେବନ କରିଛନ୍ତି । ଉକ୍ତ ଆବେଦନର ଶୁଣାଣୀ ଆସନ୍ତାକାଲି ହେବ । ଏଥିସହିତ ସିସୋଦିଆଙ୍କ ୫ ଦିନିଆ ସିବିଆଇ ରିମାଣ୍ଡ ମଧ୍ୟ ଆସନ୍ତାକାଲି ଶେଷ ହେବ । ସେଥିପାଇଁ କାଲି ସିସୋଦିଆଙ୍କୁ ରାଉଜ ଏଭିନ୍ୟୁ କୋର୍ଟରେ ହାଜର କରାଯିବ ।

ସୂଚନାଯୋଗ୍ୟ, ଏହାପୂର୍ବରୁ ସୁପ୍ରିମକୋର୍ଟ ମନିଷ ସିସୋଦିଆଙ୍କ ଜାମିନ ଆବେଦନ ଶୁଣାଣୀ କରିବାକୁ ଅଗ୍ରାହ୍ୟ ପ୍ରକାଶ କରିଥିଲେ । ସିସୋଦିଆଙ୍କୁ ମଦ ଘୋଟାଲା ମାମଲାରେ ସିବିଆଇ ଫେବୃଆରୀ ୨୬ ତାରିଖ ଗିରଫ କରିଥିଲା ।