ସଇଁନ୍ତଲା,ଏନ୍ଏନ୍ଏସ୍: ସଇଁନ୍ତଲା ବ୍ଲକ କୁଇକେଡା ପଞ୍ଚାୟତ ରେଙ୍ଗାଳି ଗାଁ’ରେ ଭାଇ ଜିଉତିଆ ଓଷା ପାଳିତ ହୋଇଯାଇଛି। ପର୍ବରେ ଭଉଣୀ ମାନେ ପ୍ରଥମେ ମା ଦୁର୍ଗାଙ୍କ ଠାରେ ପୂଜା କରିବା ସହ ମା’ଙ୍କ ପୁରାଣ ପାଠ ଆରାଧନା କରିଥିଲେ। ପରେ ଭଉଣୀ ମାନେ ପ୍ରତ୍ୟେକ ଭାଇ ପାଇଁ ୧୦୮ଟି ଧୁବ ଓ ଅରୁଆ ଚାଉଳକୁ ଏକାଠି କରି ସାତ ପ୍ରକାର ଫଳ ଓ ଫୁଲକୁ ଅର୍ପଣ କରିଥିଲେ ମା’ ଦୁର୍ଗାଙ୍କ ନିକଟରେ।
ନିଜ ଭାଇଙ୍କ ସମସ୍ତ ରିଷ୍ଟ ଖଣ୍ଡନ କରିବା ସହ ଦୀର୍ଘାୟୁ କାମନା କରିବା ପାଇଁ ପୋରୋକ୍ଷୀତ ସକାଳେ ସମର୍ଥିତ ଧୁବ୍ ଚାଉଲକୁ ନେଇ ବନ୍ଦୀବେ ନିଜ ଭାଇଙ୍କ ନିକଟରେ। ଭାଇ ଜିଉତିଆ ଓଷାଟି ଗ୍ରାମାଞ୍ଚଳରେ ଭକ୍ତିର ଭାବନା ସୃଷ୍ଟି କରିବା ସହ ଭାଇ ଓ ଭଉଣୀଙ୍କ ସମ୍ପର୍କକୁ ଆହୁରି ନିବିଡ କରିଥାଏ। ପୂଜାରେ ଯୋଶୋବନ୍ତି, କିରନ, ପ୍ରମିଳା, ଆହଲ୍ୟା, ସ୍ମିତା, ପୂର୍ଣ୍ଣିମା, ସୁହାନି ଓ ଅନିମା ପ୍ରମୁଖ ସାମିଲ ହୋଇଥିଲେ।