Notice: Function _load_textdomain_just_in_time was called incorrectly. Translation loading for the really-simple-ssl domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131

Notice: Function _load_textdomain_just_in_time was called incorrectly. Translation loading for the publisher domain was triggered too early. This is usually an indicator for some code in the plugin or theme running too early. Translations should be loaded at the init action or later. Please see Debugging in WordPress for more information. (This message was added in version 6.7.0.) in /home/muhapqmy/public_html/wp-includes/functions.php on line 6131
ଉତ୍ତରପ୍ରଦେଶରେ ଜଳିଗଲା ଦୁର୍ଗାପୂଜା ମଣ୍ଡପ: ୫ ମୃତ, ୬୦ରୁ ଊର୍ଦ୍ଧ୍ବ ଆହତ – Nitidin
Deprecated: Function WP_Dependencies->add_data() was called with an argument that is deprecated since version 6.9.0! IE conditional comments are ignored by all supported browsers. in /home/muhapqmy/public_html/wp-includes/functions.php on line 6131

ଉତ୍ତରପ୍ରଦେଶରେ ଜଳିଗଲା ଦୁର୍ଗାପୂଜା ମଣ୍ଡପ: ୫ ମୃତ, ୬୦ରୁ ଊର୍ଦ୍ଧ୍ବ ଆହତ

ଲକ୍ଷ୍ନୌ,ଏଜେନ୍ସି: ପାର୍ବଣରେ ଅଘଟଣ । ଦୁର୍ଗା ମଣ୍ଡପରେ ନିଆଁ ଲାଗିଯିବାରୁ ୫ ଜଣ ପ୍ରାଣ ହରାଇବା ସହ ପ୍ରାୟ ୬୦ରୁ ଊର୍ଦ୍ଧ୍ବ ଶ୍ରଦ୍ଧାଳୁ ଆହତ ହୋଇଛନ୍ତି । ଗତକାଲି (ରବିବାର) ରାତିରେ ଉତ୍ତର ପ୍ରଦେଶ ଭଦୋହୀ ଜିଲ୍ଲା ଅନ୍ତର୍ଗତ ଅରାଇ ପୋଲିସ ଷ୍ଟେସନ ନିକଟ ପୋଖରା ନିକଟରେ ଥିବା ଏକ ଦୁର୍ଗା ମଣ୍ଡପରେ ଏହି ଅଘଟଣ ଘଟିଛି । ମୃତକଙ୍କ ମଧ୍ୟରେ ୨ ଶିଶୁ ଓ ୩ ମହିଳା ଶ୍ରଦ୍ଧାଳୁ ରହିଛନ୍ତି । ପ୍ରାଥମିକ ତଦନ୍ତରୁ ଏହି ଅଗ୍ନିକାଣ୍ଡ ସର୍ଟ ସର୍କିଟ ଯୋଗୁଁ ହୋଇଥିବା ଅନୁମାନ କରାଯାଉଛି ।

ସ୍ଥାନୀୟ ଜିଲ୍ଲାଧିକାରୀ ଗୌରାଙ୍ଗ ରାଠୀ ସୂଚନା ଦେଇ କହିଛନ୍ତି, ‘‘ଅଘଟଣ ସମୟରେ ପୂଜା ମଣ୍ଡପରେ ପ୍ରାୟ ୧୫୦ ଲୋକ ଉପସ୍ଥିତ ଥିଲେ । ଅଗ୍ନିକାଣ୍ଡ ଯୋଗୁ ଦଳାଚକଟା ପରିସ୍ଥିତି ସୃଷ୍ଟି ହୋଇଥିଲା । ସେଠାରେ ଉପସ୍ଥିତ ପୋଲିସ ଓ ସ୍ଥାନୀୟ ଲୋକେ ଆହତଙ୍କୁ ତୁରନ୍ତ ଉଦ୍ଧାର କରି ନିକଟସ୍ଥ ହସ୍ପିଟାଲରେ ଭର୍ତ୍ତି କରିଛନ୍ତି । ସେମାନଙ୍କ ମଧ୍ୟରେ କିଛି ଗୁରୁତରଙ୍କୁ ବାରଣାସୀ ଟ୍ରୋମା ସେଣ୍ଟରକୁ ରେଫର କରାଯାଇଛି ।’’

ପ୍ରଥମେ ଦୁଇ ଶିଶୁଙ୍କ ସମେତ ମୋଟ ୩ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ପରବର୍ତ୍ତୀ ସମୟରେ ମୃତ୍ୟୁ ସଂଖ୍ୟା ୫କୁ ବୃଦ୍ଧି ପାଇଛି । ଅଘଟଣ ସମ୍ପର୍କରେ ସୂଚନା ପାଇ, ବାରାଣାସୀ ଏଡିଜି, କମିଶନର ଯୋଗେଶ୍ୱର ରାମ ମିଶ୍ର, ଜିଲ୍ଲା ଅଧିକାରୀ, ପୋଲିସ ଅଧୀକ୍ଷକ ତଥା ଅନ୍ୟ ପ୍ରଶାସନିକ ଅଧିକାରୀ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି । ମୃତଦେହ ଗୁଡିକୁ ଜବତ କରାଯାଇ ବ୍ୟବଚ୍ଛେଦ ପାଇଁ ହସ୍ପିଟାଲକୁ ପଠାଯାଇଛି ।

ଅଘଟଣର କାରଣ ଖୋଜିବା ପାଇଁ ଜିଲ୍ଲା ପ୍ରଶାସନ ମଧ୍ୟ ତଦନ୍ତ ନିର୍ଦ୍ଦେଶ ଦେଇଛି । ଏକ ବୈଷୟିକ ଟିମ ଘଟଣାସ୍ଥଳରେ ପହଞ୍ଚି ତଥ୍ୟ ସଂଗ୍ରହ କରିବା ଜାରି ରଖିଥିବା ବେଳେ ଫଳାଫଳ ଆଧାରରେ କାରଣ ସ୍ପଷ୍ଟ ହେବା ନେଇ ଆଶା କରାଯାଉଛି । ତେବେ ପାର୍ବଣ ସମୟରେ ଏପରି ଅଘଟଣରେ ୫ ଶ୍ରଦ୍ଧାଳୁଙ୍କ ପ୍ରାଣହାନୀ ସାଙ୍ଗକୁ ଏକାଧିକ ଗୁରୁତର ହେବା ଘଟଣା ସ୍ଥାନୀୟ ଅଞ୍ଚଳରେ ଶୋକର ଛାୟା ଖେଳାଇ ଦେଇଛି ।