ଶୁଣିଲା ନାହିଁ ପ୍ରଶାସନ, ରାସ୍ତା ମରାମତି କଲେ ସରପଞ୍ଚ

ସଇଁନ୍ତଲା,ଏନ୍ଏନ୍ଏସ୍: ବଲାଙ୍ଗିର ଜିଲ୍ଲା ସଇଁନ୍ତଲା ବ୍ଲକ୍‌ ବଡ଼ମାଳ ଗୋଳାବାରୁଦ କାରଖାନାର ଭିଆଇପି ଛକ ଠାରୁ ଜଗମାତା ସ୍କୁଲ ପର୍ଯ୍ୟନ୍ତ ରାସ୍ତାଟି ଶୋଚନୀୟ ଅବସ୍ଥାରେ ପଡିରହିଥିବା ବେଳେ ଅନେକ ଲୋକ ଦୁର୍ଘଟଣାର ଶିକାର ହେଉଥିଲେ। ଅନେକ ସ୍ଥାନରେ ପିଚୁ ମଧ୍ୟ ଉଠି ଯାଇଥିବା ବେଳେ ଏହି ରାସ୍ତା ଦେଇ ପ୍ରତ୍ୟେକ ଦିନ ନେତା ଠାରୁ ମନ୍ତ୍ରୀ ପର୍ଯ୍ୟନ୍ତ ଯିବା ଆସିବା କରନ୍ତି ହେଲେ କାହାର ଦୃଷ୍ଟି ମଧ୍ୟ ପଡୁନଥିଲା।

ଅନେକଥର ପ୍ରଶାସନକୁ ଅଭିଯୋଗ କରିଥିଲେ ମଧ୍ୟ ପ୍ରଶାସନ ପକ୍ଷରୁ ରାସ୍ତାର ମରାମତି କାର୍ଯ୍ୟ ଆରମ୍ଭ ମଧ୍ୟ ହୋଇନଥିଲା। ଶେଷରେ ବାଧ୍ୟହୋଇ ଗଣ୍ଡପତ୍ରାପାଲି ସରପଞ୍ଚ ମନୀଷ ସୁନାଙ୍କ ନେତୃତ୍ୱରେ ଅମିତ ଦୀପ, ଅଭିମନ୍ୟୁ ମହାନନ୍ଦ, ପିତମ ଦୀପ, ନିମାଇଁ ବାରିକ, ରମେଶ ସୁନା, ବିଶ୍ଵଜିତ ତାଣ୍ଡି, ଜୟ ମଙ୍ଗଲ ପଧାନ, ସର୍ଜନ ମହାନନ୍ଦ, ମୁକେସ ମୁନା, ଶଙ୍କର ସାଗର, ଦୀପକ ନାଗ, ତରଣୀ ସୁନା, ବିରବର ସୁନା, ଦେଶ୍ୱରାଜ ମହାନନ୍ଦ ପ୍ରମୁଖ ସାମିଲ ହୋଇ ରାସ୍ତା ମରାମତି କରିଥିବା ବେଳେ ବୁଦ୍ଧିଜୀବୀ ମହଲରେ ପ୍ରଶଂସାର ସୁଅ ଛୁଟୁଛି।