ଖେଳୁଥିବା ସମୟରେ ପୋଖରୀରେ ବୁଡ଼ି ଯାଇ ଭାଇ ଭଉଣୀଙ୍କ ସଲୀଳ ସମାଧି

ଆଳି,ଏନ୍ଏନ୍ଏସ୍: ଖେଳୁଥିବା ସମୟରେ ପୋଖରୀରେ ବୁଡ଼ି ଯାଇ ଭାଇ ଭଉଣୀଙ୍କ ସଲୀଳ ସମାଧି ହୋଇଯାଇଛି। ଏଭଳି ଏକ ହୃଦୟ ବିଦାରକ ଘଟଣା ଘଟିଛି କେନ୍ଦ୍ରାପଡା ଜିଲ୍ଲା ରାଜକନିକା ଥାନା ଅନ୍ତର୍ଗତ ଡଙ୍କାରି ଗ୍ରାମରେ।

ସୂଚନା ଅନୂସାରେ ଏହି ଗ୍ରାମରେ ଦୁଇ ୫ ବର୍ଷର ସମ୍ପର୍କୀୟ ଭାଇ ଭଉଣୀ ଖେଳୁ ଖେଳୁ ଘର ବାଡି ପଛପପଟେ ଥିବା ପୋଖରିରେ ପଡି ଯାଇଥିଲେ। ଏହାପରେ ଦୀର୍ଘ ସମୟ ଧରି ପାଣିରେ ବୁଡି ଯାଇ ଉଭୟ ଶିଶୁଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି।

ପରିବାର ଲୋକ ବହୁ ଖୋଜାଖୋଜି ପରେ ଦୁଇ ଶିଶୁଙ୍କ ମୃତ ଦେହ ବାଡି ପଛପଟ ପୋଖରୀରୁ ଉଦ୍ଧାର କରାଯାଇଛି। ଏହାପରେ ପୁରା ଗାଁରେ ଶୋକର ଛାୟା ଖେଳିଯାଇଛି।