ପଞ୍ଜାବରେ ଜିତିବା ପରେ ଆପ ଡକାଇଲା ବିଧାୟକ ଦଳର ପ୍ରଥମ ବୈଠକ, ଭଗତ ସିଂହଙ୍କ ଗାଁରେ ଶପଥ ଗ୍ରହଣ ସମାରୋହ

ପଞ୍ଜାବ: ଆମ ଆଦମୀ ପାର୍ଟି ପଞ୍ଜାବରେ ଜିତିବା ପରେ ଆଜି ବିଧାୟକ ଦଳର ପ୍ରଥମ ବୈଠକ ଡକାଇଥିଲା । ଏଥିରେ ସବୁ ବିଧାୟକ ଭଗବନ୍ତ ମାନଙ୍କୁ ବିଧାୟକ ଦଳର ନେତା ଭାବେ ଚୟନ କରିଥିଲେ । ମାର୍ଚ୍ଚ ୧୬ରେ ଭଗବନ୍ତ ମାନ ମୁଖ୍ୟମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିବେ ।

ଭଗବନ୍ତ ମାନ କହିଛନ୍ତି ଯେ, ମୁଁ ପାର୍ଟି ସଂଯୋଜକ ଅରବିନ୍ଦ କେଜ୍ରିୱାଲଙ୍କୁ ଶପଥ ଗ୍ରହଣ ସମାରୋହରେ ସାମିଲ ହେବା ପାଇଁ ନିମନ୍ତ୍ରଣ କରିଛି । ଏବେ ଶପଥ ଗ୍ରହଣ ମହଲରେ ନୁହେଁ ବରଂ ସ୍ୱତନ୍ତ୍ରତା ସୈନିକଙ୍କ ଗାଁରେ ହେବ । ଆମେ ମାର୍ଚ୍ଚ ୧୬ରେ ସହିଦ ଭଗତ ସିଂହଙ୍କ ଗାଁରେ ତାଙ୍କୁ ଶ୍ରଦ୍ଧାଞ୍ଜଳି ରୂପେ ଶପଥ ନେବୁ ।