ନୂଆଦିଲ୍ଲୀ: ଗଣତନ୍ତ୍ର ଦିବସରେ ବ୍ରିଟେନ ପ୍ରଧାନମନ୍ତ୍ରୀ ବୋରିସ ଜନସନ୍ ମୁଖ୍ୟ ଅତିଥି ହେବେ। ୨୦୨୧ ଗଣତନ୍ତ୍ର ଦିବସ ସମାରୋହରେ ମୁଖ୍ୟ ଅତିଥି ଭାବେ ଯୋଗ ଦେବା ପାଇଁ ଜୋନସନଙ୍କୁ ମୋଦୀ ଫୋନ୍ ଯୋଗେ ନିମନ୍ତ୍ରଣ କରିଥିଲେ। ଆଉ ମୋଦୀଙ୍କ ଏହି ନିମନ୍ତ୍ରଣକୁ ଜୋନସନ୍ ସ୍ୱୀକାର କରିଛନ୍ତି ବୋଲି ବ୍ରିଟେନର ବିଦେଶ ମନ୍ତ୍ରୀ ଡୋମିନିକ ରାବ ପୁଷ୍ଟି କରିଛନ୍ତି।
ବ୍ରିଟେନ ବିଦେଶ ମନ୍ତ୍ରୀ ଡାମିନିକ ରାବ ଏବେ ଭାରତ ଗସ୍ତରେ ଅଛନ୍ତି। ଡାମିନିକ ଭାରତର ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଭେଟି ଭାରତ ସହ ବ୍ରିଟେନ ଆର୍ଥିକ ସମ୍ବନ୍ଧ ମଜଭୁତ କରିବାକୁ ଚାହୁଁଛି ବୋଲି କହିଥିଲେ।
ସୂଚନାଯୋଗ୍ୟ, ୨୭ ବର୍ଷର ବ୍ୟବଧାନ ପରେ ବ୍ରଟେନ ପ୍ରଧାନମନ୍ତ୍ରୀ ଆଗାମୀ ମାସ ଭାରତର ୭୦ତମ ସାଧାରଣନ୍ତ୍ର ଦିବସରେ ମୁଖ୍ୟ ଅତିଥି ଭାବେ ସାମିଲ ହେବେ। ଏହାପୂର୍ବରୁ ଜୋନ ମେଜର ୧୯୯୩ରେ ଦିଲ୍ଲୀରେ ହୋଇଥିବା ଗଣତନ୍ତ୍ର ଦିବସ ପେରେଡରେ ସାମିଲ ହୋଇଥିଲେ।