ଭୁବନେଶ୍ୱର,ଏନ୍ଏନ୍ଏସ୍: କରୋନା ଦାଉରୁ ରକ୍ଷା ପାଇବା ପାଇଁ ସମସ୍ତେ ଭ୍ୟାକ୍ସିନକୁ ଅପେକ୍ଷା କରିଥିବାବେଳେ ଟିକାକରଣ ନେଇ ରାଜ୍ୟ ସରକାର ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି। ଏନେଇ ପରିବାର କଲ୍ୟାଣ ନିର୍ଦ୍ଦେଶକ ବିଜୟ ପାଣିଗ୍ରାହୀ ସୂଚନା ଦେଇଛନ୍ତି। ଏଥିରେ ପ୍ରଥମ ପର୍ଯ୍ୟାୟରେ ୩ଲକ୍ଷ ୨୦ ହଜାର ଲୋକଙ୍କୁ ଟିକା ଦିଆଯିବ। ଟିକାକରଣ ଲାଗି ୨୯ ହଜାର ୨୭୬ଟି ସ୍ଥାନ ସହ ୪,୨୭୬ ଟିକାକର୍ମୀ ନିୟୋଜିତ ହୋଇଛନ୍ତି। ଟିକା ସଂରକ୍ଷଣ ପାଇଁ ୧୨୨୨ଟି କୋଲଡ ଚେନ୍ ପ୍ରସ୍ତୁତ କରାଯାଇଛି। ଟିକା ନେବା ଆଣିବା ପାଇଁ ୧୭୯୬ ଆରଏଲଆର , ୧୭୭୧ ଫ୍ରିଜର ରହିଥିବାବେଳେ ଗୋଟିଏ ରାଜ୍ୟସ୍ତରୀୟ, ୯ଟି ଆଞ୍ଚଳିକ ଓ ୩୨ଟି ଜିଲ୍ଲା ଟିକା ଷ୍ଟୋର ରହିଛି। ପ୍ରତି ଟିକାକରଣ କେନ୍ଦ୍ରରେ ୫ଜଣ କର୍ମୀ ନିୟୋଜିତ ହେବେ। ଟିକା ନେବାର ୩୦ ମିନିଟ ପର୍ଯ୍ୟନ୍ତ ନିରୀକ୍ଷଣରେ ରଖାଯିବା ପରେ ସାର୍ଟିଫିକେଟ ଦିଆଯିବ ବୋଲି ଶ୍ରୀ ପାଣିଗ୍ରାହୀ କହିଛନ୍ତି।