ବ୍ରିଟେନ ରାଜକୁମାର ପରେ ପ୍ରଧାନମନ୍ତ୍ରୀ କରୋନା ଆକ୍ରାନ୍ତ

ବ୍ରିଟେନ: ବ୍ରିଟେନ ରାଜକୁମାର ପ୍ରିନ୍ସ ଚାର୍ଲସଙ୍କ ପରେ ପ୍ରଧାନମନ୍ତ୍ରୀ ବୋରିସ ଜୋନସନ କରୋନାରେ ଆକ୍ରାନ୍ତ ହୋଇଛନ୍ତି। ଏହି ସୂଚନା ସେ ଟ୍ୱିଟରରେ ଏକ ଭିଡିଓ ମାଧ୍ୟମରେ ଦେଇଛନ୍ତି। ପ୍ରଧାନମନ୍ତ୍ରୀ ଜୋନସନ୍ ଜାରି କରିଥିବା ଭିଡିଓରେ ୨୪ ଘଣ୍ଟା ମଧ୍ୟରେ ତାଙ୍କ ପାଖରେ କରୋନାର କିଛି ଲକ୍ଷଣ ଦେଖା ଦେଇଥିବା ଓ ଯାଞ୍ଚ ପଜିଟିଭ୍ ଆସିଥିବା ଉଲ୍ଲେଖ ରହିଛି । ଏହାସତ୍ୱେ ନିଜକୁ ଆଇସୋଲେଟ୍ କରି କରୋନା ବିରୁଦ୍ଧରେ ସରକାରଙ୍କ ଲଢ଼େଇରେ ନେତୃତ୍ୱ ନେଇ ଘରୁ ଭିଡିଓ କନଫରେନ୍ସିଂ ମାଧ୍ୟମରେ କାମ କରିବେ ବୋଲି ସୂଚନା ଦେଇଛନ୍ତି।