ତାମିଲନାଡୁରେ ଫସି ରହିଛନ୍ତି ମାଲକାନଗିରିର ୧୦ ଶ୍ରମିକ

କୋରୁକୋଣ୍ଡା,ଏନ୍ଏନ୍ଏସ୍ : ମାଲକାନଗିରି ଜିଲ୍ଲାର କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ଦୁଇ ଗ୍ରାମ ପୁରୁଣା ଚିମଟାପାଲି ଏବଂ ଏମଭି-୫୦ ଗ୍ରାମର ପାଖାପାଖି ୧୦ ଶ୍ରମିକ କାମ କରିବାକୁ ତାମିଲନାଡୁକୁ ଯାଇ ସେଠାରେ ଫସି ରହିଛନ୍ତି। ଏହି ୧୦ ଶ୍ରମିକଙ୍କ ମଧ୍ୟରେ ୩ ଜଣ ମହିଳା ମଧ୍ୟ ଫସି ରହିଛନ୍ତି। ବର୍ତ୍ତମାନ ସେମାନଙ୍କର କମ୍ପାନୀରେ କାମ ବନ୍ଦ ହୋଇଯାଇଥିବାରୁ ସେମାନଙ୍କୁ କମ୍ପାନୀ ପାରିଶ୍ରମିକ ମୂଲ୍ୟ ଦେଉନାହି। ତେଣୁ ବର୍ତ୍ତମାନ ଶ୍ରମିକମାନେ ଦି ମୁଠା ଖାଇବାକୁ ପାଉନାହାନ୍ତି। ତେଣୁ ସେମାନେ ନିଜର ଏକ ମୋବାଇଲ ଫୋନ ମାଧ୍ୟମରେ ସେମାନଙ୍କୁ ଉଦ୍ଧାର କରିବା ନିମନ୍ତେ ରାଜ୍ୟ ସରକାରଙ୍କୁ ଗୁହାରି କରିଛନ୍ତି। ଯାହା ବର୍ତ୍ତମାନ ସୋସିଆଲ ମିଡିଆରେ ଘୁରି ବୁଲୁଛି। ସେମାନେ ସେଠି ବହୁତ ହଇରାଣ ହେଉଛନ୍ତି । ତେଣୁ ରାଜ୍ୟ ସରକାର ସେମାନଙ୍କୁ ସାହାଯ୍ୟ କରନ୍ତୁ ବୋଲି ଶ୍ରମିକମାନେ ନିବେଦନ କରିଛନ୍ତି।