ସ୍ୱଚ୍ଛ ଭାରତ ଅଭିଯାନ: ଦିଲ୍ଲୀରେ ପ୍ଲାଷ୍ଟିକ ଆବର୍ଜନା ଦେଇ ଖାଇପାରିବେ ଜଳଖିଆ, ଖୋଲିଲା କ୍ୟାଫ

ନୂଆଦିଲ୍ଲୀ,ଏଜେନ୍ସି: ପ୍ଲାଷ୍ଟିକ ଆବର୍ଜନା ଦେଇ ଏହାର ବଦଳରେ ଜଳଖିଆ ଖାଇପାରିବେ। ଦକ୍ଷିଣ ଦିଲ୍ଲୀ ନଗର ନିଗମ ନଜଫଗଡ଼ ଜୋନରେ ଏକ ମିଠା ଦୋକାନ ସହିତ ମିଶି ଏଭଳି ଏକ ପଦକ୍ଷେପ ନେଇଛି। ନଜଫଗଡ଼ ଜୋନସ୍ଥିତ ବର୍ଧମାନ ପ୍ଲସ ସିଟି ମଲରେ ଡାଇମଣ୍ଡ ସୁଇଟ୍ସ ଗାରବେଜ କ୍ୟାଫ ଆରମ୍ଭ କରିଛି ଏସଡିଏମସି। ଏଠାରେ ଲୋକେ ପ୍ଲାଷ୍ଟିକ ଆବର୍ଜନା ବଦଳରେ ଭୋଜନ କରିପାରିବେ। ଏହି କ୍ୟାଫରେ ଜଳଖିଆ, ମଧ୍ୟାହ୍ନ ଭୋଜନ ଓ ରାତ୍ରି ଭୋଜନ ଅଥବା ମିଠା ଖାଇପାରିବେ।

ଏସଡିଏମ‌ସି ସ୍ୱଚ୍ଛ ଭାରତ ଅଭିଯାନକୁ ପ୍ରୋତ୍ସାହନ ଦେବାକୁ ଯାଇ ଏଭଳି ପଦକ୍ଷେପ ଗ୍ରହଣ କରିଛି। ଏହି ଅନୁସାରେ ଆପଣ ଗାର୍ବେଜ କ୍ୟାଫରେ ୧ କିଲୋ ଆବର୍ଜନା ପ୍ଲାଷ୍ଟିକ ଦେଇ ମଧ୍ୟାହ୍ନ ଭୋଜନ କରିପାରିବେ। ଏଥି ସହିତ ଆବର୍ଜନା ପ୍ଲାଷ୍ଟିକ ଦେଇ ମିଠା ମଧ୍ୟ ଖାଇପାରିବେ।

ନଜଫଗଡ଼ ଜୋନ ଡେପୁଟି କମିସନର ରାଧାକୃଷ୍ଣ କହିଛନ୍ତି ଯେ, ଲୋକେ ଆବର୍ଜନା ଦେଇକି ଯାଉଛନ୍ତି। ଏହି ଆବର୍ଜନାକୁ ଡିକମ୍ପୋଜ କରାଯାଉଛି। ଦୋକାନୀମାନେ ଏହି କାମରେ ନିୟୋଜିତ ଅଛନ୍ତି। ଲୋକଙ୍କୁ ପରିବେଶ ପ୍ରତି ସଚେତନ କରାଯାଉଛି। ଦକ୍ଷିଣ ଦିଲ୍ଲୀ ନଗର ନିଗମ ଲୋକଙ୍କୁ ଅପିଲ କରୁଛି ଯେ, ଘରୁ ଆବର୍ଜନା ବାହାର କରୁଛନ୍ତି ଯଦି ଏହାକୁ କୌଣସି ପ୍ରକାରରେ ବ୍ୟବହାର କଲେ ଭଲ।