ଏଣିକି ରେଳ ସଂପର୍କିତ ସମସ୍ତ ସୂଚନା ମଳିବ ଗୋଟିଏ ନମ୍ବରରେ…

ଭୁବନେଶ୍ୱର,ଏନ୍ଏନ୍ଏସ୍: ଏଣିକି ରେଳ ସଂପର୍କିତ ସମସ୍ତ ସୂଚନା ପାଇଁ ଡାଏଲ୍ କରିବାକୁ ହେବ ଗୋଟିଏ ନମ୍ବର। ଗୋଟିଏ ନମ୍ବରରେ ହିଁ ମିଳିବ ରେଲୱେର ସମସ୍ତ ସୂଚନା। ଏମିତିକି ଅଭିଯୋଗ କରିବା ପାଇଁ ମଧ୍ୟ ଆଉ ଅଲଗା ନମ୍ବର ଡାଏଲ୍ କରିବାକୁ ପଡିବ ନାହିଁ।

ଇଷ୍ଟକୋଷ୍ଟ ରେଲୱେ ଦ୍ୱାରା ଜାରି ହେଲା ‘ସିଙ୍ଗଲ ହେଲ୍ପଲାଇନ୍ ନମ୍ବର’। ବର୍ତ୍ତମାନ ଠାରୁ ‘୧୩୯’ ନମ୍ବରରେ ଡାଏଲ୍ କରିଲେ ରେଳ ସଂପର୍କିତ ସମସ୍ତ ସୂଚନା ମିଳିପାରିବ। ରେଲୱେ ନିଜର ସମସ୍ତ ହେଲ୍ପଲାଇନ୍ ସେବା ଗୁଡିକୁ ଏହି ଗୋଟିଏ ନମ୍ବରରେ ଇଣ୍ଡକ୍ଟ କରିଛି ଯାହା ଫଳରେ ଆଗାମୀ ଦିନ ଗୁଡିକରେ ଯାତ୍ରୀମାନେ ସମସ୍ତ ସମସ୍ୟାର ସମାଧାନ ଓ ସୂଚନା ଏହି ଗୋଟିଏ ନମ୍ବରରୁ ପାଇପାରିବେ।

ପୂର୍ବରୁ ଯାତ୍ରୀମାନଙ୍କ ଅଭିଯୋଗ, ନିରାପତ୍ତା, ସମସ୍ୟା ଓ କ୍ୟାଟେରିଂ ଭଳି ସେବା ପାଇଁ ଅଲଗା ଅଲଗା ନମ୍ବର ରହିଥିଲା ଯାହା ଦ୍ୱାରା ଏତେ ଗୁଡିଏ ନମ୍ବର ମନେ ରଖିବା ଯାତ୍ରୀମାନଙ୍କ ପାଇଁ କଷ୍ଟସାଧ୍ୟ ମଧ୍ୟ ହେଉଥିଲା। ମାତ୍ର ବର୍ତ୍ତମାନ ଠାରୁ ଭାରତୀୟ ରେଳବାଇର ଏହି ସିଙ୍ଗଲ ହେଲ୍ପଲାଇନ୍ ନମ୍ବର ଦ୍ୱାରା ସେହି ସମସ୍ୟା ଦୂର ହୋଇପାରିବ।